ଓଡ଼ିଶା 365 (ବ୍ୟୁରୋ): ଧିରେ ଧିରେ ମୋଡ଼ ବଦଳାଉଛି ମାହାଙ୍ଗା ନାବାଳିକାଙ୍କ ମୃତ୍ୟୁ ଘଟଣା । ଘଟଣାରେ ଅଡିଓ ଭାଇରାଲ୍ ହୋଇଥିବା ଶରତ ନାୟକଙ୍କୁ ମାହାଙ୍ଗା ଥାନାରେ ଜେରା କରିଛି ପୋଲିସ। ଆଜି ଶରତଙ୍କୁ ମାହାଙ୍ଗା ଥାନାରେ ହାଜର ହେଵା ପାଇଁ ପୋଲିସ ନୋଟିସ୍ କରିଥିଲା। ଥାନାରେ ହାଜର ହେଵା ପରେ ତଦନ୍ତ ଦାୟିତ୍ବରେ ଥିବା ଅତିରିକ୍ତ ଏସ୍ ପି ତାଙ୍କୁ ପଚରାଉଚରା କରିଛନ୍ତି। ନାବାଳିକା ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରାଲ ହେଉଛି। ଏହି ଅଡିଓଟି ଶରତ ନାୟକଙ୍କର ବୋଲି ଅଭିଯୋଗ ହୋଇଛି। ଅଡିଓରେ ଶରତ ନାୟକ ଘଟଣାର ରଫାଦଫା କରିବା ପାଇଁ ନାବାଳିକାଙ୍କ ପ୍ରେମିକ ତଥା ଖେଳ ଶିକ୍ଷକଙ୍କ ମା’ଙ୍କୁ ୭୦ ହଜାର ଟଙ୍କା ମାଗୁଥିଵା ଅଭିଯୋଗ ହୋଇଛି। ତେବେ ଏହି ଭାଇରାଲ ଅଡିଓ ଶରତଙ୍କର କି ନୁହେଁ ଅନୁସନ୍ଧାନ କରୁଥିବା ବେଳେ ଆଜି ଶରତଙ୍କୁ ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଏସ୍ ପି ଜେରା କରୁଛନ୍ତି ।
ସେପଟେ ଏହି ମାମଲାରେ ଅଡିଓ ଭାଇରାଲ ପରେ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି ଶରତ ନାୟକ । ଘଟଣାକୁ ଚାପି ଦେବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ବିଜେପି ଅଭିଯୋଗ କରିଛି। ୨ ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନେଇନାହିଁ ? ଭାଇରାଲ୍ ଅଡିଓ କୁ ତଦନ୍ତ କରି କର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ମାମଲାକୁ ଚପାଇବାକୁ ଉଦ୍ୟମ ହୋଇଛି ।