ଓଡ଼ିଶା365(ବ୍ୟୁରୋ): ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ସବିତା ପ୍ରଧାନ। ସବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। କୁଳପତି ଭାବେ ପ୍ରଫେସର ସବିତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି। ସେ ବର୍ତ୍ତମାନ ଶାନ୍ତି ନିକେତନ ବିଶ୍ୱଭାରତୀରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି। ୨୦୧୮ ମସିହାରେ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲେ। ବହୁ ବିଳମ୍ବରେ ବିଶ୍ୱବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଓ ଅଧିଗ୍ରହଣ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ବିଶ୍ୱବିଦ୍ୟାଳୟ ଲାଗି କୁଳପତିଙ୍କଠାରୁ ଆରମ୍ଭ କରି ଶିକ୍ଷକ ଏବଂ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଇନଥିଲା।