ଓଡ଼ିଶା 365:(ବ୍ୟୁରୋ) ଅତ୍ୟାଧୁନିକ ଓ ସ୍ୱଦେଶୀ ଜ୍ଞାନକୌଶଲରେ ତିଆରି ହୋଇଛି ଅସ୍ତ୍ର ଏମକେ- ୨ ମିଶାଇଲ । ଏହି ମିଶାଇଲକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ବିକଶିତ କରିଛି । ଅସ୍ତ୍ର ଏମକେ- ୨ ମିଶାଇଲ ବିଅଣ୍ଡ ଭିଜୁଆଲ ରେଂଜ ବା ଯେଉଁ ସ୍ଥାନରେ ଫାଇଟର ଜେଟକୁ ସ୍ପଷ୍ଟ ଦେଖା ଯାଉନାହିଁ ସେଫଳି ସ୍ଥାନକୁ ଯାଇ ଶତ୍ରୁକୁ ମାରି ପାରିବ । ତେବେ ଭାରତରେ ଏଭଳି କ୍ଷେପଣାସ୍ତ୍ର ତିଆରି ହେବା ପରେ ପଡ଼ୋଶି ଶତ୍ରୁ ଦେଶରେ ହଇଚଇ ସୃଷ୍ଟି କରିଛି । ଅସ୍ତ୍ର ଏମକେ- ୨ ମିଶାଇଲ ବର୍ତ୍ତମାନ ଟ୍ରାଏଲ ଫେଜରେ ରହିଛି । କିନ୍ତୁ ଏହି ମିଶାଇଲର ଶକ୍ତି ଓ ସାମର୍ଥକୁ ନେଇ ସାରା ଏସିଆ ମହାଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଶତ୍ରୁର ମନରେ ଛନକା ପଶେଇଛି ଅସ୍ତ୍ର ଏମକେ- ୨ ମିଶାଇଲ । ଅସ୍ତ୍ର ଏମକେ- ୨ ମିଶାଇଲର ଓଜନ ୧୫୪ କିଲୋଗ୍ରାମ । ଲମ୍ବ ୧୨.୬ ଫୁଟ ବୋଲି ଜଣାପଡିଛି । ଏହି କ୍ଷେପଣାସ୍ତ୍ର ନିଜ ସହ ୧୫ କେଜି ଓଜନର ଅସ୍ତ୍ର ଧରି ଉଡ଼ାଣ ଭରିପାରେ । ଏହି ମିଶାଇଲର ରେଂଜ ୧୬୦ କିମି । ଅସ୍ତ୍ର ଏମକେ- ୨ ମିଶାଇଲ ୬୬ ହଜାର ଉଚ୍ଚ ଆକାଶରେ ଉଡ଼ାଣ ଭରିପାରେ । ସବୁଠୁ ବଡ଼ କଥା ହେଉଛି ଏହି ମିଶାଇଲର ଘଣ୍ଟାପ୍ରତି ବେଗ ହେଉଛି ୫ ହଜାର ୫ ଶହ ୫୬ କିଲୋମିଟର । ଯାହାକି ଶତ୍ରୁକୁ ବଂଚିବା ପାଇଁ ବହୁତ କମ ସମୟ ଦେଇଥାଏ । ଥରେେ ଟାର୍ଗେଟ ଲକ୍ କଲା ମାନେ ଶତ୍ରୁକୁ ନିପାତ କରିକି ହିଁ ଛାଡେ ଅସ୍ତ୍ର ଏମକେ- ୨ ମିଶାଇଲ । ତେବେ ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ଏଭଲି ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ତିଆରି ହେବା ସେନା ବାହିନୀର ଶକ୍ତିକୁ ଆହୁରୀ ବଢ଼ାଇବ ବୋଲି କୁହାଯାଉଛି ।