ଓଡ଼ିଶା 365
(ବ୍ୟୁରୋ): ଯୁଗ ବଦଳୁଛି,ବଦଳୁଛି ମଣିଷର ଆବଶ୍ୟକତା । ବିଜ୍ଞାନର ଅଗ୍ରଗତି ମଧ୍ୟ ହେଉଛି l ତେବେ ଯୁଗ ପରିବର୍ତ୍ତନ ହେବା କ୍ଷେତ୍ରରେ ସବୁଠାରୁ
ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଛି ମୋବାଇଲ ଫୋନ୍ । ଏହି ମୋବାଇଲ ବ୍ୟବହାର ହେଉ କିମ୍ବା
ଲାପଟପର ବ୍ୟବହାର କରିବା ହେଉ । ତେବେ ଏହାର ବ୍ୟବହାରରେ, ବ୍ୟବହାର କରାଯାଉଥିବା ଯେପରି ଇଅର ବଡ଼ । ଯାହା ଶରୀର
ପାଇଁ କ୍ଷତିକାରକ । ସମସ୍ତେ ପ୍ରାୟ ଇଅର ବଡ଼ ର
ବ୍ୟବହାର କରୁଛନ୍ତି l ଅଧିକାଂଶ ଲୋକେ ଇଅର
ବଡ଼ର ବ୍ୟବହାର ଯାତ୍ରା କରିବା ସମୟରେ, ଭିଡିଓ ସୁଟ କରିବା
ବେଳେ, ଜଂଗୀ କିମ୍ବା
ଏକ୍ସରସାଇଜ ସମୟରେ କରୁ ଥିବାର ଦେଖିବାକୁ ପାଇଥାଉ l ଅଧିକାଂଶ ଇଅର ବଡ଼ ରେ ନଏଜ କ୍ୟାନସେଲେସନ ମଧ୍ୟ ଯେଉଁ
କାରଣରୁ ବାହାରର ଶବ୍ଦ ଶୁଣିବାକୁ ମିଳି ନଥାଏ l କିନ୍ତୁ ଏହି ଇଅର ବଡ଼ ଆମ ଶରୀର ଉପରେ ଅନେକ ଦୁଃଷ୍ପ୍ରଭାଵ ମଧ୍ୟ ପକାଇଥାଏ l ଆସନ୍ତୁ ଜାଣିବା ଇଅର ବଡ଼ ର ସାଇଡ ଇଫେକ୍ଟ ବିଷୟରେ l
ଯଦି ଜଣେ ବ୍ୟକ୍ତି
ଦିନସାରା ଇଅର ବଡ଼ ବ୍ୟବହାର କରିଥାଏ ତେବେ ସେ ନିଜର ଶ୍ରବଣ ଶକ୍ତି ହ୍ରାସ କରିଥାଏ l ବିଶେଷ ଭାବରେ ଦିନ ସାରା ଇଅର ବଡ଼ ବ୍ୟବହାର କରିବା
ଦ୍ୱାରା କାନର ସିରା ଗୁଡିକ ପ୍ରଭାବିତ ହୋଇଥାଏ l ଭାଇବ୍ରେସନ କାରଣରୁ ହିଅରିଂ ସେଲ ନଷ୍ଟ ହୋଇ ଯାଇଥାଏ l ଏହି ଅଧ୍ୟୟନ ଅନୁସାରେ କାନର ଶୁଣିବା କ୍ଷମତା କେବଳ ୯୦
ଡେସିବଲ ରହିଥାଏ, ତେଣୁ ସବୁବେଳେ ଇଅର
ବଡ଼ କଣାରେ ଲଗାଇଲେ ଶୁଣିବା ଶକ୍ତି ନଷ୍ଟ ହୋଇଥାଏ l
ଇଅର ବଡ଼ କାନର ସଂକ୍ରମଣ ର କାରଣ ଅଟେ l ଯଦି ଆମେ ସବୁବେଳେ କାନରେ ଇଅର ବଡ଼ ଲଗାଇ ରଖିବା ତେବେ
କାନରେ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇଥାଏ l ଯାହାଦ୍ୱାରା କଂ କୁଣ୍ଡାଇ ହେବା କାନରୁ ପାଣି ବାହାରିବା ଭଳି ସମସ୍ୟା ଦେଖା ଯାଇଥାଏ l ଇଅର ଫୋନ ରୁ ବାହାରୁଥିବା ଇଲେକ୍ଟ୍ରା ମାଗ୍ନେଟିକ
ୱେଭସ୍ୱ କାରଣରୁ ବ୍ୟକ୍ତିର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ l ଯାହାକି ନିଦ୍ରା ହୀନତାର ଶିକାର କରାଏ l ସାଧାରଣ ଭାବରେ ଦେଖିବାକୁ ଗଲେ ଆମେ ଅନେକ କଥା
ଭୁଲିବାକୁ ଲାଗୁ । ଦିନ ସାରା ଇଅର ବଡ଼ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ
ଉପରେ ପ୍ରଭାବ ପଡିଥାଏ l ଏହାଛଡା ମସ୍ତିଷ୍କ
ର କୋଷିକା ଗୁଡିକ ମଧ୍ୟ ପ୍ରଭାବିତ ହୋଇଥାଏ l ମାସଟିକ ଓ କାନ ମଧ୍ୟରେ ଥିବା କନେକ୍ସନ ମଧ୍ୟ ନଷ୍ଟ ହୋଇଯାଏ l