ଓଡ଼ିଶା 365 (ବ୍ୟୁରୋ): ପଣ୍ଡ ହେଲା ବଡ଼ ଧରଣର ମାଓ ଷଡଯନ୍ତ୍ର। ରେଳ ଧାରଣାରୁ ଜବତ ହେଲା ଲ୍ୟାଣ୍ଡମାଇନ୍। ରେଳ ଧାରଣା ନିକଟରୁ ଜବତ ହୋଇଛି ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଟୋପାଡିହି ରେଳ ଧାରଣା ନିକଟରୁ ଏହି ଲ୍ୟାଣ୍ଡମାଇନ୍ ଜବତ କରିଛନ୍ତି ସ୍ଥାନୀୟ ପୋଲିସ୍ ଓ ଡିଭିଏଫ୍ ଯବାନ୍ । ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନ୍ବେଳେ ଲ୍ୟାଣ୍ଡମାଇନ୍କୁ ଠାବ କରାଯାଇଥିଲା । ପରେ ବୋମା ନିଷ୍କ୍ରିୟ ଟିମ୍ ନିକଟସ୍ଥ ଜଙ୍ଗଲରେ ଏହାକୁ ନିଷ୍କ୍ରିୟ କରିଦେଇଛି । ଏହାପରେ ସିଆରପିଏଫ ଓ ଆରପିଏଫ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି ।
ଗୁଇନ୍ଦା ସୂଚନା ଆଧାରରେ ରେଳବାଇ ପକ୍ଷରୁ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି । ସିଆର୍ପିଏଫ୍ ଓ ଆର୍ପିଏଫ୍ ଯବାନଙ୍କୁ ଘଟଣାସ୍ଥଳରେ ମୁତୟନ କରାଯାଇଛି । ଝାଡ଼ଖଣ୍ଡ ପରେ ଓଡ଼ିଶା ସୀମାରେ ନକ୍ସଲଙ୍କ ଏଭଳି ଯୋଜନା ଯବାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।