ଓଡ଼ିଶା 365 (ବ୍ୟୁରୋ): ୯ ଦଫା ଦାବିରେ ରାଜ୍ୟର ୩୧୪ ବ୍ଳକ ଘେରିଲା ରାଜ୍ୟ କଂଗ୍ରେସ । ୨୪ ବର୍ଷ ହେଲା ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହିଁ ଅଭିଯୋଗ କରିଛି ସବୁ ବ୍ଲକ ଅଫିସ ଘେରିଛି ଦଳ। ବିଜେଡି ସରକାରରେ ଯୋଜନା ପରେ ଯୋଜନା ଘୋଷଣା ହେଉଛି, ଆଉ ନିର୍ବାଚନ ପରେ ସବୁ ବନ୍ଦ ହୋଇ ଯାଉଛି।
ରାଜ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର, ପାୱାର କଟ୍, ବିଦ୍ୟୁତ ଦର ବୃଦ୍ଧି, ବେକାର ଯୁବକଙ୍କୁ ଚାକିରୀ,ଧାନ କିଣାରେ କଟନି ଛଟନି ବନ୍ଦ, ଚାଷୀଙ୍କୁ ଉପଯୁକ୍ତ ଦର, ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟହିତାଧିକାରୀଙ୍କୁ ଘର ଏବଂ ଦର ଦାମ ବୃଦ୍ଧି ନିୟନ୍ତ୍ରଣ ରହୁନାହିଁ। ଏହା ପ୍ରତିବାଦରେ ଦଳ ଆଜି ସମସ୍ତ ବ୍ଲକ୍ ଆଗରେ ପ୍ରତିବାଦ କରୁଛି। ସେହିପରି ବିଜେପି ମଧ୍ୟ ଏହି ସବୁ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ।