ଓଡ଼ିଶା 365 (ବ୍ୟୁରୋ):
ଆଥଲେଟ୍ ଦୁତି ଚାନ୍ଦ ୪ ବର୍ଷ ପାଇଁ ବାସନ୍ଦ । ଡୋପ୍ ଟେଷ୍ଟରେ ଫେଲ ମାରିବା ପରେ ଦୂତୀଙ୍କ ଉପରେ ଲାଗିଛି ୪ ବର୍ଷର ବ୍ୟାନ୍ । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ ଦୂତି । ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ ଏସ୍ ଆର୍ ଏମ୍ ଏସ୍ ଟେଷ୍ଟରେ ଫେଲ୍ ମାରିଛନ୍ତି ଦୂତି ଚାନ୍ଦ । ୨୦୨୨ ମସିହା ଡିସେମ୍ବର ୫ରେ ଦୂତିଙ୍କ ନାଡାର ସ୍ବତନ୍ତ୍ର ଅଧିକ୍ଷକଙ୍କ ଦ୍ବାରା ରାଜଧାନୀ ଭୁବନେଶ୍ବରରେ ଦୂତୀଙ୍କର ଦୁଇଥର ଡୋପ୍ ଟେଷ୍ଟ ହୋଇଥିଲା। ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛି ନାଡା ।
୩ ଜାନୁଆରୀ ୨୦୨୩ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି । ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ। ଡୋପିଂ ନିରୋଧ ଆଇନକୁ ନେଇ ଶୃଙ୍ଖଳାଗତ କମିଟି ଏହି ନିଷ୍ପତ୍ତି ନେଇଛି । ଏହି ଟେଷ୍ଟରେ ଦୂତିଙ୍କ ଶରୀରରେ ସେଲେକ୍ଟିଭ୍ ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍, ଓଷ୍ଟାରିନ୍ ଓ ଲିଗାଣ୍ଡ୍ରୋଲ୍ ଆସିଥିଲା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ୍ ଥିବା ସ୍ପଷ୍ଟ ହୋଇଥିଲା । ଏହାଫଳରେ ଦୂତିଙ୍କ ପାଖରେ ଆଡଭର୍ସ ଆନାଲିଟିକାଲ୍ ଫାଇଣ୍ଡିଂ ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ବି ନମୁନା ପରୀକ୍ଷା ପାଇଁ ସମୟ ରହିଥିଲା । ହେଲେ ଦୂତୀ ଏହି ପରୀକ୍ଷା ପାଇଁ ଆଗ୍ରହ ଦେଖାଇନଥିଲେ । ଏହି ମାମଲାର ଶୁଣାଣୀ ସମୟରେ ଦୂତୀ ଏହା କହିଥିଲେ ଯେ, ସେ ନିଷିଦ୍ଧ ଔଷଧ ସେବନ କରିଥିଲେ, କିନ୍ତୁ ସେ ନିଜକୁ ନିର୍ଦୋଷ ପ୍ରମାଣିତ କରି ପାରି ନଥିଲେ । ଯେଉଁଥିପାଇଁ ତାଙ୍କ ଉପରେ ନାଡା ନିୟମ ଅନୁସାରେ ବାସନ୍ଦାଦେଶ ଲାଗୁ କରାଇଛି।