ଓଡ଼ିଶା 365 (ବ୍ୟୁରୋ): ବନ୍ଦ ଘରୁ ପଡ଼ିରହିଛି ୨ ଯୁବକଙ୍କ ମୃତଦେହ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଇଁଚ୍ରୁଆଁ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଇଁଷି ଗୁହାଳ ନିକଟସ୍ଥ ଏକ ବନ୍ଦ ଘରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଦ୍ୱୟ ହେଲେ ସୁଶାନ ଦାସ ଓ ଜଗବନ୍ଧଉ ବେହେରା । ସେମାନେ ଏହି ଗୁହାଳରେ ଶ୍ରମିକ ଭାବେ କାମ କରୁଥିଲେ । ସେମାନଙ୍କ ଘର ନିଆଳି ଅଞ୍ଚଳରେ ବୋଲି ପୋଲିସ ସୂଚନାରୁ ଜଣାପଡିଛି । ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ଛାନଭିନ୍ ଆରମ୍ଭ ହୋଇଛି ।
ତେବେ କେଉଁ ପରିସ୍ଥିତିରେ ସେମାନଙ୍କର ମୃତ୍ୟୁ ଘଟିଲା ? ଏହା ହତ୍ୟା ନ ଆତ୍ମହତ୍ୟା ? ଯଦି ହତ୍ୟା ତେବେ କିଏ ଏବଂ କାହିଁକି ଦୁଇ ଯୁବକଙ୍କୁ ଏକାଠି ମାରି ପକାଇଲା ? ଏହିପରି ବିଭିନ୍ନ ଦିଗକୁ ନେଇ ବାଲିଅନ୍ତା ପୋଲିସ ତଦନ୍ତ ଚଳାଇଛନ୍ତି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାରୁ ସେମାନଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଥିବା ଅନୁମାନ କରାଯାଉଛି।