ସାରା ଦେଶରେ ସାଇବର କ୍ରାଇମ୍ ବଢି ବଢି ଚାଲିଛି। ସାଇବର ଠକମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ଜାଲ ବିଛାଉଛନ୍ତି। କିନ୍ତୁ ଏବେ ସାବାଡ଼ ହେବେ ସାଇବର ଠକ। କେନ୍ଦ୍ର ସରକାର ଏଥି ପାଇଁ ନୂଆ ଗାଇଡଲାଇନ ଆଣିଛନ୍ତି । ସରକାର ଆଣିଥିବା ନୂଆ ଗାଇଡଲାଇନରେ ସିମ କିଣାବିକାକୁ ନେଇ କିଛି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଗୋଟିଏ ପରିଚୟପତ୍ରରେ ୯ଟି ସିମକାର୍ଡ ମିଳୁଥିବାବେଳେ ଏବେ କେବଳ ୪ଟି ସିମ ମିଳିବ । ସରକାର ୬୭ହଜାର ସିମକାର୍ଡ ଡିଲରଙ୍କୁ କଳା ତାଲିକାଭୁକ୍ତ କରିବା ସହ ୫୨ଟି ଲକ୍ଷ ସିମକୁ ଅକାମୀ କରିଛନ୍ତି। ତେବେ ଲାଗୁ ହୋଇଥିବା ନିୟମ ଉଲ୍ଲଂଘନ କଲେ ସିମ୍କାର୍ଡ ଡିଲରଙ୍କୁ ୧୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡିବ । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।