ଓଡ଼ିଶା 365 (ବ୍ୟୁରୋ): ଆପଣ ମାନେ ସମସ୍ତେ ଜାଣନ୍ତି ଶରୀର ପାଇଁ ସବୁଜ ପନିପରିବାର ଆବଶ୍ୟକତା କେତେ ରହିଛି । ତେବେ ଆଜି କାଲିର ପିଲାମାନେ ସବୁଜ ପନିପରିବା ଭିତରୁ ଏମିତି ଅନେକ ପରିବା ରହିଛି ଯାହାକୁ ଖାଇବା ପସନ୍ଦ କରନ୍ତିନି । ଏହେଉଛି ଏକ ପ୍ରମୁଖ କାରଣ ଯାହାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇବା ସହିତ ଶରୀରକୁ ଦୃଦଳ କରିପକାଏ । ଖାଲି ସେତିକି ନୁହେଁ ବରଂ ଡାକ୍ତର ମଧ୍ୟ ମରାମର୍ଶ ଦେଇଥାନ୍ତି । ସୁସ୍ଥ ଶରୀର ପାଇଁ ସବୁଜ ପନିପରିବା ଖାଇବା ନିହାତି ଜରୁରୀରି । ତେବେ ଏହି ସବୁ ସବୁଜ ପନିପରିବା ଭିତରେ ଛଚିନ୍ଦ୍ରା ମଧ୍ୟ ରହିଛି, ଯାହାକୁ ଅନେକଙ୍କ କ୍ଷେତ୍ରରେ ନାପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ ।
ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ଏତେ ଲାଭଦାୟକ ଯେ ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଆଜି ଛଚିନ୍ଦ୍ରାର ପୁଷ୍ଟିକର ଗୁଣ ଏବଂ ଏହାର ଉପକାରିତା ବିଷୟରେ ଜାଣିନେବା। ଏହି ପରିବାରେ ରହିଛି ଅନେକ ପୋଷକ ତତ୍ତ୍ୱ, ଯାହା ଆମ ଶରୀରକୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଛଚିନ୍ଦ୍ରା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଫାଇବର ଥାଏ, ଯାହା ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଛଚିନ୍ଦ୍ରାରେ ଏତେ ପରିମାଣର କ୍ୟାଲ୍ସିୟମ୍ ଥାଏ ଯେ ଏହା ଆମ ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରେ ।
ମଧୁମେହ ରୋଗୀଙ୍କ ପାଇଁ ଛଚିନ୍ଦ୍ରା ବେଶ୍ ଲାଭଦାୟକ ।
ମଧୁମେହ ରୋଗୀମାନେ ଏହାକୁ ଖାଇବା ଦ୍ବାରା ସେମାନଙ୍କ ରକ୍ତରେ ଶର୍କରା ବୃଦ୍ଧି ହୁଏନାହିଁ। ଏଥିରେ ମଧୁମେହକୁ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ । ଛଚିନ୍ଦ୍ରା ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ। ଏଥିରେ ଆୟୋଡିନ୍ ରହିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳିକୁ ବୃଦ୍ଧି କରିବା ସହ ଥାଇରଏଡ୍ ପରି ରୋଗକୁ ରୋକିବାରେ ବେଶ୍ ସହାୟକ ହୋଇଥାଏ । ଏହାବ୍ୟତୀତ ଛଚିନ୍ଦ୍ରା ହଜମ ପ୍ରକ୍ରିୟାକୁ ଠିକ କରିପାରିବାରେ ସହାୟକ ହୋଇଥାଏ । ଛଚିନ୍ଦ୍ରା ଖାଇବା ଦ୍ବାରା କିଡ୍ନୀ ରୋଗର ଆଶଙ୍କା କମ୍ ହୋଇଥାଏ । ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହାବ୍ୟତୀତ ବ୍ଲାଡପ୍ରେସର ରୋଗୀଙ୍କ ପାଇଁ ଛଚିନ୍ଦ୍ରା ଅତ୍ୟନ୍ତ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହି ପନିପରିବା ହୃଦ୍ଘାତରେ ପୀଡିତ ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ। ଛଚିନ୍ଦ୍ରା ଖାଇବା ଦ୍ୱାରା ଲୋକଙ୍କ ନିଦ୍ରା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ ଭିଟାମିନ୍ B6 ଭରପୂର ରହିଥାଏ ।