ଓଡ଼ିଶା 365:(ବ୍ୟୁରେ) ଗୋପନୀୟ ତଥ୍ୟ ଉଲ୍ଲଂଘନ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆମେରିକା ସମେତ ବିଶ୍ୱର ଅନେକ ବିକଶିତ ଦେଶ ମଧ୍ୟ ସେମାନଙ୍କ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ସରକାର ସୁରକ୍ଷା ଦୃଷ୍ଟିରୁ ଲାପଟପ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ । ସେ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଲାପଟପ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସରକାରଙ୍କ ନିଷ୍ପତ୍ତି ହେତୁ ମୂଲ୍ୟ କିମ୍ବା ଉପଲବ୍ଧତାରେ କୌଣସି ଅସୁବିଧା ହେବ ନାହିଁ। ଭାରତ ସରକାର ଶିଳ୍ପ ସହିତ ଜଡିତ ହେବା ଏବଂ ଅନ୍ୟାନ୍ୟ ବିକଳ୍ପ ବିଷୟରେ ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି। ଏହା ଏକ ଗୁରୁତର ସୁରକ୍ଷା ପ୍ରସଙ୍ଗ। ଦୈନନ୍ଦିନ ଜୀବନରେ ଲାପଟପ ଆମ ସାଥୀ ହୋଇଛି । ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର ମଧ୍ୟ ବଢିଛି । ଲାପଟପରେ ଆମର ଅନେକ ଗୋପନୀୟ ଓ ଗୁପ୍ତ ସୂଚନା, ତଥ୍ୟ ରହୁଛି । ଏବଂ ଗୁପ୍ତ ସୂଚନା ଲିକ କରିବା ପାଇଁ ଲାପଟପ ଏକ ଉତ୍ତମ ବିକଳ୍ପ। ତେଣୁ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ନିହାତି ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ । ସେହିପରି ଭାରତ ବିରୋଧୀ ଦେଶମାନଙ୍କ ଠାରୁ ଭାରତ ସରକାର ସତର୍କ ଅଛନ୍ତି କହିଛନ୍ତି ପୀୟୁଷ ଗୋୟଲ ।