ଓଡ଼ିଶା 365:(ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କଲେ ଭୁଟାନ ସ୍ବାସ୍ଥ୍ୟମନ୍ତ୍ରୀ । ପାରମ୍ପରିକ ଔଷଧର ପ୍ରଚାର ପ୍ରସାର ପାଇଁ ଭୁଟାନ ସ୍ବାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ।
ଗୁଜରାଟ ଗାନ୍ଧିନଗରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଗ୍ଲୋବାଲ ସମ୍ମିଳନୀ ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରମ୍ପରିକ ଔଷଧର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ।
କହିଛ କହିଛନ୍ତି ପାରମ୍ପରିକ ଏବଂ ଏଲୋପାଥିକ ଔଷଧର ଏକୀକରଣ ପାଇଁ ମୁଁ ଭାରତକୁ ଅଭିନନ୍ଦନ ଜଣାଉଛି। ବିଶ୍ୱ ବର୍ତ୍ତମାନ ମହାମାରୀ କରୋନାରୁ ସୁସ୍ଥ ହେଉଛି। ପାରମ୍ପରିକ ଔଷଧକୁ ଧ୍ୟାନରେ ରଖି ଏହାର ପ୍ରଚାର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଏକ ବଡ଼ ପଦଶକ୍ଷେପ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ।