ଓଡ଼ିଶା 365 (ବ୍ୟୁରୋ): ସଜନା ଗଛରେ ରହିଛି ଅନେକ ପ୍ରକାରର ଓୌଷଧୀୟ ଗୁଣ । ସାଧାରଣତ ଆପଣ ମାନେ ଜାଣନ୍ତି ସଜନା ଶାଗ ଖାଇବା ଆଖିପାଇଁ ହିତକାରକ ହୋଇଥାଏ । ତେବେ ଆପଣ ଜାଣନ୍ତିକି ସଜନା କେତେ ପ୍ରକାର ? ଶ୍ୱେତ ଓ ରକ୍ତ ଭେଦରେ ଏହା ଦୁଇ ପ୍ରକାରର । ଶ୍ୱେତ ସଜନା ସାଧାରଣ ଗଛ ପରି ସବୁଜ, ରକ୍ତ ସଜନାର ପତ୍ରର ଶିରାରେ ଟିକେ ଟିକେ ଲାଲ ରଙ୍ଗ ରହିଥାଏ । ଏ ଦୁଇ ଜାତିର ସଜନାର ଗୁଣ ପ୍ରାୟତ ସମାନ। କେହି କେହି ରକ୍ତ ସଜନାକୁ ମୁଗୁନା କହିଥାନ୍ତି । ଏହାର ମଞ୍ଜିକୁ ଶ୍ୱେତ ମରିଚ ମଧ୍ୟ କୁହାଯାଏ ।
ସଜନା ଗଛର ସମସ୍ତ ଜୀନିଷକୁ ଆପଣ ବ୍ୟବହାର କରିପାରିବେ । ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ । ଚକ୍ଷୁ ରୋଗରେ ସଜନା ମଞ୍ଜିର ଶସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମିଶାଇ ଲଗାଯାଏ। ଏହା ବ୍ୟତୀତ ଚକ୍ଷୁରୋଗରେ ସଜନା ପତ୍ର ରସକୁ ମହୁ ସହିତ ଖାଇବା ଦ୍ବାରା ଏଥିରୁ ଉପଶମ ମିଳିଥାଏ । ଏହା ସହିତ ବ୍ରଣ, ବଥ, ବାଳମୂଳିଆରେ ସଜନା ଗଛର ଛେଲିକୁ ଜଳରେ ଘୋରି ଲେପ ଦିଆଯାଏ । ସଜନା ଛେଲି ଓ ଶ୍ବେତ ସୋରିଷ ମିଶାଇ ଲଗାଇବା ଦ୍ବାରା ଫୁଲା କମିଯାଏ । ଏହାଛଡି ଯାଦୁ, ଚମଦଳା, କନ୍ଦା ଆଦିରେ ସଜନା ପତ୍ରର ରସକୁ ଲୁଣ ସହିତ ମିଶାଇ ଲଗାଇବା ଦ୍ବାର ଲାଭ ମିଳିଥାଏ । ଫୁଲା କିମ୍ବା ବଥା ଦରଜ ଆଦିରେ ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ମଧ୍ୟ ଲଗାଇପାରିବେ ।