ଓଡ଼ିଶା 365 (ବ୍ୟୁରୋ): ଓଡିଶାରେ ବାର ମାସରେ ତେର ପର୍ବ । ଓଡିଆଣୀମାନେ ସବୁ ପର୍ବ ପର୍ବାଣିଙ୍କୁ ନିଷ୍ଠାର ସହ ଉପବାସ ରଖି ବ୍ରତ କରିଥାନ୍ତି । ଉପବାସକୁ ଶ୍ରଦ୍ଧା ଓ ଭକ୍ତି ଭାବ ସହ ଯୋଡା ଯାଇଥାଏ । ହେଲେ ଆପଣ ଜାଣନ୍ତି କି , ଉପବାସ ଆପଣଙ୍କ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଉପବାସ ଦ୍ୱାରା ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ଉପବାସ ରଖିଲେ ଶରୀରର ଚର୍ବି କ୍ଷୟ ହୋଇଥାଏ। ଫ୍ୟାଟ୍ ସେଲସ୍ ଲୋପ୍ଟିନ୍ ହରମୋନ୍ ଏହାଦ୍ୱାରା କ୍ରିୟାଶୀଳ ହୋଇ ଶରୀରର ଓଜନ ମଧ୍ୟ ହ୍ରାସ କରିଥାଏ। ଏହାସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
ସାଧାରଣ ଲୋକଙ୍କ ଅପେକ୍ଷା କର୍କଟ ରୋଗୀଙ୍କ ପାଇଁ ଉପବାସ ରଖିବା ବେଶ୍ ଲାଭଦାୟକ ହୋଇଥାଏ। କେମୋଥେରାପି ଚିକିତ୍ସା ନେଉଥିବା ରୋଗୀଙ୍କ ଲାଗି ଉପବାସ ରଖିବା ଭଲ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଖାଲିସେତିକି ନୁହେଁ ଉପବାସ ରଖିଲେ ଶରୀରର ମେଟାବୋଲିକ୍ ରେଟ୍ ୩ରୁ ୧୪ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ପାଇଥାଏ । ଏହାଯୋଗୁ ମାନସିକ ଚାପ ହ୍ରାସ ପାଇବା ସହ ବିଭିନ୍ନ ଦୁଃଶ୍ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ ।