ଓଡ଼ିଶା 365 (ବ୍ୟୁରୋ): ପରଲୋକରେ ଅନୁଗୋଳ ଜିଲ୍ଲାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍ପି) ଭାବେ କାର୍ଯ୍ୟ କରୁଥିବା ସୁରେଶ ଚନ୍ଦ୍ର ପାଣିଗ୍ରାହୀ। ଆଜି ସକାଳେ ସୁରେଶଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତାଙ୍କ ଡ୍ରାଇଭରଙ୍କ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କିନ୍ତୁ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ତେବେ ଏଏସ୍ପି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଶେଷ ଦର୍ଶନ ପାଇଁ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ସହ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ସୁଧାଂଶୁ ଶେଖର ମିଶ୍ର ଓ ଅନ୍ୟ ପୁଲିସ ଅଧିକାରୀ ଏବଂ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଅଛନ୍ତି।