ଦେଶ ମୁସଲିମ୍ ବହୁଳ, କିନ୍ତୁ ପୂଜା ପାଆନ୍ତି ହିନ୍ଦୁ ଦେବତା । ଗାଁ ଠୁ ସହର ସବୁଠି ହୁଏ ରାମାୟଣ । ଭଗବାନ ରାମଙ୍କୁ ପୂଜା କରନ୍ତି ମୁସଲିମ୍ ଧର୍ମର ଲୋକେ । ସେମାନେ ରାମଙ୍କୁ ନିଜର ରାଜାମାନନ୍ତି । ସନାତନ ଧର୍ମକୁ ଆଜି ବି ଶ୍ରଦ୍ଧା କରନ୍ତି । ଆଜି ଇଣ୍ଡୋନେସିଆ ପାଳନ କରୁଛି ସ୍ବାଧୀନତା ଦିବସ । ଉତ୍ସବମୁଖର ଇଣ୍ଡୋନେସିଆ । ଆସନ୍ତୁ ଜାଣିବା ଇଣ୍ଡୋନେସିଆର ସନାତନ ଧର୍ମପ୍ରତି ଥିବା ଭଲ ପାଇବା ବିଷୟରେ ।
() ବିଶ୍ବରେ କମ ଦେଶ ଅଛି, ଯେଉଁଠି ମୁସଲିମ୍ ଲୋକେ ବି ହିନ୍ଦୁ ଦେବତାଙ୍କୁ ପୂଜା କରନ୍ତି । ତେବେ ଇଣ୍ଡୋନେସିଆ ହେଉଛି ଏହାର ବ୍ୟତିକ୍ରମ । ଇଣ୍ଡୋନେସିଆ ହେଉଛି ମୁସଲିମ୍ ବହୁଳ ରାଷ୍ଟ୍ର । 27 କୋଟି ଲୋକ ଏହି ଦ୍ବୀପପୁଞ୍ଜ ଦେଶରେ ରହୁଥିବା ବେଳେ 87 ପ୍ରତିଶତ ମୁସଲିମ୍ ଧର୍ମର ଲୋକେ ବସବାସ କରନ୍ତି । ଦୁଇ ପ୍ରତିଶତ ହିନ୍ଦୁ ବାସ କରନ୍ତି ।
କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏଠାରେ ଲୋକେ ରାମଙ୍କୁ ପୂଜା କରିଥାନ୍ତି । ଭଗବାନ ରାମଙ୍କୁ ନେଇ ଏଠାରେ ଲୋକଙ୍କ ମନରେ ରହିଛି ଅନେକ ଆସ୍ଥା ଓ ବିଶ୍ୱାସ ।
ଇଣ୍ଡୋନେସିଆ ଦୁନିଆର ସବୁଠୁ ବଡ଼ ମୁସଲିମ ଦେଶ। ଦୁନିଆର ୧୨.୭% ମୁସଲମାନ ଲୋକ ଏଠାରେ ରୁହନ୍ତି। ଏହାପରେ ପାକିସ୍ତାନରେ ୧୧% ମୁସଲମାନ ରୁହନ୍ତି। ତେବେ ଆମେ ଜାଣିଛେ ଯେ କେବଳ ହିନ୍ଦୁ ଧର୍ମର ଲୋକ ରାମ ଭଗବାନଙ୍କୁ ପୂଜା କରିଥାନ୍ତି। କିନ୍ତୁ ଦୁନିଆର ସବୁଠୁ ବଡ଼ ମୁସଲିମ ଦେଶରେ ଲୋକମାନେ ମଧ୍ୟ ରାମ ଭଗବାନଙ୍କୁ ପୂଜା କରିଥାନ୍ତି। ଏହା ପଛରେ କଣ କାରଣ ରହିଛି, ଆସନ୍ତୁ ଜାଣିବା ।
ଇଣ୍ଡୋନେସିଆରେ ହଜାର ହଜାର ବର୍ଷ ପୂର୍ବରୁ ହିନ୍ଦୁ, ବୈାଦ୍ଧ ଧର୍ମର ବିକାଶ ଘଟିଥିଲା । ହିନ୍ଦୁ ଶାସକମାନଙ୍କ ସମୟରେ ସନାତନଧର୍ମର ଦେବାଦେବୀ ପୂଜା ପାଉଥିଲେ । କିନ୍ତୁ କାକକ୍ରମେ ଏଠାକୁ ମୁସଲିମଙ୍କ ଆଗମନ ପରେ ଏହି ଦ୍ବୀପରେ ମୁସଲିମ ଧର୍ମର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଲା । ଲୋକେ ଧର୍ମ ପରିବର୍ତ୍ତନ କରିଦେଲେ ସତ କିନ୍ତୁ ସଂସ୍କୃତି ଆଜି ଯାଏ ଚଳାଇ ରଖିଛନ୍ତି ।
ଏହି ଦେଶରେ ଲୋକମାନେ ଭଗବାନ ରାମଙ୍କୁ ନିଜ ପ୍ରଭୁ ବୋଲି ମାନିଥାନ୍ତି। ଏଠାରେ ରାମୟଣକୁ ମହତ୍ୱପୂର୍ଣ୍ଣ ଗ୍ରନ୍ଥ ରୂପେ ସମ୍ମାନ ଦିଆଯାଏ। ରାମାୟଣକୁ ନେଇ ପ୍ରତ୍ୟେକଙ୍କ ମନରେ ରହିଛି ଅନେକ ସମ୍ମାନ। ଏଠାରେ ରାମାୟଣକୁ କାକାବୀନ ବା କକାନିନ ରାମାୟଣ କୁହାଯାଏ। ଆମ ଦେଶରେ ମହର୍ଷି ବାଲ୍ମୀକିଙ୍କୁ ରାମାୟଣର ରଚୟିତା ମାନୁଥିବା ବେଳେ ଇଣ୍ଡୋନେସିଆରେ କକାନିନ ରାମାୟଣର ରଚୟିତା କବି ଯୋଗେଶ୍ୱରଙ୍କୁ ମନାଯାଏ। ତେବେ ଏହି ଦେଶରେ ରାମାୟଣ ଗ୍ରନ୍ଥରେ ମୋଟ ୨୬ଟି ଅଧ୍ୟାୟ ରହିଛି। କିନ୍ତୁ ଏଥିରେ ଭଗବାନ ରାମଙ୍କ ପିତାଙ୍କ ନାମ ଦଶରଥ ନୁହେଁ ବରଂ ବିଶ୍ୱରଞ୍ଜନ ରହିଥିବାର ଶୁଣିବାକୁ ମିଳେ।
() ଇଣ୍ଡୋନେସିଆ ସରକାର ମଧ୍ୟ ସନାତନ ଧର୍ମକୁ ପ୍ରୋତ୍ସାହନ ଦେଉଥିବା ଦେଖାଯାଏ । ୧୯୭୩ ମସିହାରେ ଏଥିପାଇଁ ଏକ ଅନ୍ତରାଷ୍ଟ୍ରୀୟ ରାମାୟଣ ସମ୍ମିଳନୀର ଆୟୋଜନ କରିଥିଲେ । ସେହି ସମୟରେ ସାରା ଦୁନିଆରେ ଏହି ଆୟୋଜନକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଦୁନିଆରେ ପ୍ରଥମ ଥର ପାଇଁ ଏକ ମୁସଲିମ ରାଷ୍ଟ୍ର ଅନ୍ୟ ଧର୍ମର ଧର୍ମଗ୍ରନ୍ଥକୁ ସମ୍ମାନ ଦେଇ ଏଭଳି ବଡ଼ ଆୟୋଜନ କରିଥିଲା। ମୁସଲିମ ପ୍ରବଣ ଦେଶ ଇଣ୍ଡୋନେସିଆରେ ଏବେ ବି ରାମ ଭଗବାନଙ୍କୁ ନେଇ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସର ଅନ୍ୟନ୍ୟ ଝଲକ ଦେଖିବାକୁ ମିଳିଥାଏ। ଯାହା ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।