ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଚୁଟି ପାଚିିବା ଯୁବପିଢ଼ିଙ୍କ ଚିନ୍ତାର କାରଣ ପାଲଟିଛି । ଚୁଟି ପାଚିବାକୁ ନେଇ ଅନେକ ସମୟରେ ସାଙ୍ଗସାଥିଙ୍କ ପାଖରୁ ଆମକୁ ଦୂରେଇ ରହିବାକୁ ପଡୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ଉପାୟ ମଧ୍ୟ ଆପଣାଉଛନ୍ତି । ହେଲେ କ’ଣ ଆପଣ ଜାଣନ୍ତି ଶୀଘ୍ର ଚୁଟି ପାଚିବାର ପ୍ରମୁଖ କାରଣ ଗୁଡିକ କ’ଣ ? ମେଡିକାଲ୍ ନ୍ୟୁଜ୍ ଟୁଡେ ଅନୁଯାୟୀ, ଅଳ୍ପ ବୟସରେ ଚୁଟି ପାଚିବାର ଗୋଟିଏ ନୁହେଁ ଅନେକ କାରଣ ରହିଛି । ପ୍ରଥମ କାରର ହେଉଛି ଧୂମପାନ । ଇଟାଲୀୟ ଡର୍ମାଟୋଲୋଜି ଅନ୍ଲାଇନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଧୂମପାନ କରୁ ନଥିବା ବ୍ୟକ୍ତିଙ୍କ ଅପେକ୍ଷା ଧୂମପାନକାରୀ ବ୍ୟକ୍ତିଙ୍କର ୩୦ ବର୍ଷ ବୟସ ପୂର୍ବରୁ ଚୁଟି ପାଚିବାର ସମ୍ଭାବନା ଅଧିକ ଥାଏ ।
ଏହାପରେ ଚୁଟି ରଙ୍ଗ କରିବା ଏବଂ ସାମ୍ପୁ ବ୍ୟବହାର ମଧ୍ୟ ଚୁଟି ପାଚିବାର ଆଉ ଏକ କାରଣ । ହେୟାର କଲର୍, ସାମ୍ପୁ ଆମ ଚୁଟିରୁ ମେଲାନିନକୁ ହ୍ରାସ କରିଥାଏ । ଖାଲି ଏତିକି ନୁହେଁ ଚାପ ମଧ୍ୟ ଚୁଟି ପାଚିବାର ଏକ ପ୍ରମୁଖ କାରଣ । ଯେତେବେଳେ ଶରୀର ଅଧିକ ଚାପରେ ଥାଏ, ଚୁଟିକୁ କଳା ରଖିବାର କୋଷଗୁଡ଼ିକ ମରିଯାଇଥାନ୍ତି । ଯାହା ଫଳରେ ଆପଣଙ୍କ ଚୁଟି ଶୀଘ୍ର ପାଚିଯାଇଥାଏ ।
ଏହାସହ ଶରୀରରେ ଭିଟାମିନ୍ ବି -୬, ବି -୧୨, ବାୟୋଟିନ୍, ଭିଟାମିନ୍ ଡି କିମ୍ବା ଭିଟାମିନ୍ ଇ ର ଅଭାବ ଚୁଟି ପାଚିବାର ଅନ୍ୟତମ କାରଣ ହୋଇଥାଏ। ସୂଚନା ଅନୁଯାୟୀ, ୨୫ ବର୍ଷରୁ କମ୍ ଯୁବ ଭାରତୀୟଙ୍କ ମଧ୍ୟରେ ନିମ୍ନ ସ୍ତରର ସେରମ୍ ଫେରିଟିନ୍, ଯାହା ଶରୀରରେ ଆଇରନକୁ ଷ୍ଟୋର୍ କରିଦିଏ । ଯାହାଫଳରେ ଚୁଟି ଶୀଘ୍ର ପାଚିଯାଏ ।