ଓଡ଼ିଶା 365:(ବ୍ୟୁରୋ) ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ନାଓ ନବଭାରତର ଏକ ପୋଲ ସର୍ଭେରୁ ଜଣାପଡିଛି ଯେ, ସାରା ଦେଶରେ ଆଜିର ଦିନରେ ଯଦି ନିର୍ବାଚନ ହୁଏ, ତେବେ ମୋଦୀଙ୍କ ନେତୃତ୍ୱରେ ଏନଡିଏ ମୋଟ୍ ୫୪୩ ଆସନରୁ ୨୯୬ରୁ ୩୨୬ ଆସନ ପାଇବାର ସମ୍ଭାବନା ଅଛି । ଯାହାକି ୨୦୧୯ ଆସନ ଅନୁସାରେ କମ୍ । କାରଣ ୨୦୧୯ ନିର୍ବାଚନରେ ଏନ୍ଡିଏକୁ ୩୫୩ଟି ଆସନ ମିଳିଥିଲା । ସେହିପରି ବିରୋଧୀ ମେଂଟ ଇଣ୍ଡିଆକୁ ୧୬୦ରୁ ୧୯୦ ଆସନ ମିଳିପାରେ ବୋଲି ଆକଳନ କରିଛି ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ । ଅନ୍ୟାନ୍ୟ ଦଳକୁ ୧୧ରୁ ୧୪ଟି ଆସନ ମିଳିପାରେ । ଟାଇମ୍ସ ନାଓ ନବଭାରତର ଏହି ପୋଲ ସର୍ଭେ ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।
ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ ଅନୁସାରେ ବିଜେପିକୁ ଏକାକୀ ୨୮୮ରୁ ୩୧୪ଟି ଆସନ ମିଳିପାରେ । କଂଗ୍ରେସକୁ ୬୨ରୁ ୮୦ ମିଳିବା ନେଇ ସର୍ଭେରେ କୁହାଯାଇଛି । ସେହିପରି ସର୍ଭେର ଆକଳନ ଅନୁସାରେ ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏର ଭୋଟ୍ ପ୍ରତିଶତ ରହିବ ୪୨ ଦଶମିକ ୬୦ । ବିରୋଧୀ ଇଣ୍ଡିଆକୁ ମିଳିବ ୪୦ ଦଶମିକ ୨୦ ପ୍ରତିଶତ । ଅନ୍ୟାନ୍ୟ ଦଳଙ୍କ ଭୋଟ୍ ପ୍ରତିଣତ ୧୧ ଦଶମିକ ୬୩ ପ୍ରତିଶତ ରହିପାରେ ।
ସେହିପରି ଆନ୍ଧ୍ରର ୱାଇଏସ୍ଆର କଂଗ୍ରେସକୁ ୨୪ରୁ ୨୫ଟି ଆସନ ମିଳିବା ସମ୍ଭାବନା ରହିଛି । ୱାଇଏସ୍ଆର କଂଗ୍ରେସର ଭୋଟ୍ ପ୍ରତିଶତ ୨ ଦଶମିକ ୬ ପ୍ରତିଶତ ରହିପାରେ । ସେହିପରି ସର୍ଭେ ଅନୁସାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ୨୨ରୁ ୨୪ ଅମିଳିପାରେ । ଡିଏମ୍କେକୁ ୨୦ରୁ ୨୪ ଓ ବିଆରଏସ୍କୁ ୯ରୁ ୧୧ଟି ଆସନ ମିଳିପାରେ ।