ଓଡ଼ିଶା 365 (ବ୍ୟୁରୋ): ସ୍ମାର୍ଟଯୁଗରେ ସ୍ମାର୍ଟଫୋନ୍ । ବର୍ତ୍ତମାନ ସମୟରେ ଛୋଟ ଠୁ ବୟସ୍କ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ଆଉ ସେଲ୍ଫି ଉଠାଇବା ଏକ ସାଧାରଣ କଥା ପାଲଟିଯାଇଛି । ହେଲେ ଆପଣ ଜାଣନ୍ତି କି ଆମ ଦେଶରେ ପ୍ରଥମ ସେଲ୍ଫି କିଏ ଉଠାଇଥିଲେ ? କେବେ ଓ କାହିଁକି ଉଠାଇଥିଲେ ? ଆଜକୁ ୧୪୨ ବର୍ଷ ତଳେ ଆମ ଦେଶରେ ପ୍ରଥମ ସେଲ୍ଫି ଉଠାଯାଇଥିଲା। ତ୍ରିପୁରାର ତତ୍କାଳୀନ ରାଜା ଓ ରାଣୀ ଏହି ସେଲ୍ଫି ଉଠାଇଥିଲେ। ସେତେବେଳେ ବ୍ରିଟିସ ଶାସନାଧୀନ ଭାରତ ଅନ୍ତର୍ଗତ ତ୍ରିପୁରାକୁ ଶାସନ କରୁଥିଲେ ମହାରାଜା ବୀର ଚନ୍ଦ୍ର ମାଣିକ୍ୟ। ତାଙ୍କ ଶାସନ ସମୟରେ ବିଶେଷ କରି ୟୁରୋପୀୟମାନେ କ୍ୟାମେରା ବ୍ୟବହାର କରୁଥିଲେ।
ହେଲେ ଚନ୍ଦ୍ର ମାଣିକ୍ୟଙ୍କର ଫଟୋ ଉଠାଇବାରେ ସଉକ ଥିଲା । ଏଥିପାଇଁ ସେ ତାଙ୍କ ରାଜବାଟୀରେ ବାର୍ଷିକ ଫଟୋ ପ୍ରଦର୍ଶନୀ ଆରମ୍ଭ କରିଥିଲେ। ତାଙ୍କର ତୃତୀୟ ପତ୍ନୀ ମହାରାଣୀ ଖୁମାଁ ଚାନୁ ମନମୋହିନୀ ଦେବୀଙ୍କର ମଧ୍ୟ ଫଟୋ ସେ ଭାରତର ପ୍ରଥମ ମହିଳା ଫଟୋଗ୍ରାଫର ରୂପେ ପରିଗଣିତ ହୋଇଥିଲେ । ମହାରାଜା ଓ ରାଣୀଙ୍କର ଏକ ଯୁଗଳବନ୍ଦୀ ଫଟୋ ବି ପ୍ରଦର୍ଶିତ ହେଉଥିଲା। ଯାହାକୁ ଭାରତର ପ୍ରଥମ ସେଲ୍ଫି ବୋଲି କୁହାଯାଉଛି।