ଓଡ଼ିଶା 365 (ବ୍ୟୁରୋ): ଯୁବତୀଙ୍କ ଭିଡିଓ ଭାଇରାଲ ପଡ଼ିଲା ମହଙ୍ଗା । ପଞ୍ଚାୟତର ନିର୍ଦ୍ଦେଶ କ୍ରମେ ଯୁବକଙ୍କୁ ୪୦ ସେକେଣ୍ଡରେ ୧୫ ଥର ଚପଲରେ ପିଟିଲେ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ୟୁପିର ହାପୁରରେ । ଏଠାରେ ଜଣେ ଯୁବତୀ ଯୌନ ଶୋଷଣର ଶିକାର ହୋଇ ପଞ୍ଚାୟତରେ ନ୍ୟାୟ ଭିକ୍ଷା କରିଥିଲେ । ପୀଡ଼ିତାଙ୍କ ମୁହଁରୁ ଅଭିଯୋଗ ଶୁଣିବା ପରେ ପଞ୍ଚାୟତ ଉଭୟ ଯୁବକ ଏବଂ ଯୁବତୀଙ୍କୁ ଡକାଇଥିଲେ । ଏହାପରେ ଯୁବକଙ୍କୁ ଚପଲମାଳ ଗଳାଇ ପିଟିବା ପାଇଁ ଯୁବତୀଙ୍କୁ ଆଦେଶ ଦେଇଥିଲା ପଞ୍ଚାୟତ । ଏହାପରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣଙ୍କ ୪୦ ସେକେଣ୍ଡରେ ୧୫ ଥର ଯୁବକଙ୍କ ମୁହଁକୁ ଚପଲରେ ପିଟଛନ୍ତି । ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।