ଓଡ଼ିଶା 365 (ବ୍ୟୁରୋ): କ୍ରିକେଟ୍ ଖେଳରେ ପ୍ରାୟତଃ ଝଗଡ଼ା ଓ ସ୍ଲେଜିଂ ଦେଖାଯାଏ । କିନ୍ତୁ ଜାଣନ୍ତିକି ଦୁନିଆରେ ଏପରି କିଛି ଖେଳାଳି ଅଛନ୍ତି, ଯେଉଁମାନେ ପଡିଆରେ ବି ନିଜ ରାଗକୁ ନିୟନ୍ତ୍ରଣ କରିପାରିନାହାନ୍ତି । ଏମିତିକି ନିଜ ସାଥୀ ଖେଳାଳୀଙ୍କୁ ବି ଛାଡିନାହାନ୍ତି । ଆସନ୍ତୁ ସେ ଖେଳାଳି କିଏ
ଅମ୍ବାତି ରାୟୁଡୁ: ଭାରତର ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ । ଏହି ଖେଳାଳୀ ପଡ଼ିଆରେ ଖୁବ୍ ରାଗୀ ସ୍ବଭାବର ନଜର ଆସନ୍ତି । ରାଇଡୁ ଅନେକ ଖେଳାଳୀଙ୍କ ସହ ପଡିଆରେ ଝଗଡା କରୁଥିବା ଦେଖିବାକୁ ମିଳିଥାନ୍ତି । ଏମିତିକି ରାଇଡୁ ମୁମ୍ବାଇ ଇଣ୍ଡିଆନ୍ସର ତାଙ୍କ ସାଥୀ ଖେଳାଳୀ ହରଭଜନ ସିଂଙ୍କ ସହ ମଧ୍ୟ ଝଗଡ଼ା କରି ସାରିଛନ୍ତି ।
ଏସ୍ ଶ୍ରୀସନ୍ତ: ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଏସ ଶ୍ରୀସନ୍ତ । ସେ ମଧ୍ୟ ପଡିଆରେ ବେଶ୍ ରାଗି ନଜର ଆସନ୍ତି । ୱିକେଟ୍ ନେବା ପରେ ସେଲିବ୍ରେସନ ବି ତାଙ୍କର ଅତ୍ୟନ୍ତ ଆକ୍ରମଣାତ୍ମକ ରହୁଥିଲା ।
ମୁଶଫିକୁର ରହୀମ: ବାଂଲାଦେଶ ଖେଳାଳୀ ମୁଶଫିକୁର ରହୀମ । ସେ ପଡ଼ିଆରେ ଏମିତି ରାଗି ଯାଆନ୍ତି ଯେ ନିଜ ଟିମ୍ର ଖେଳାଳୀଙ୍କୁ ବି ଛାଡନ୍ତିନି । ଖବର ଅନୁଯାୟୀ ଏକ ଘରୋଇ ଟୁର୍ନାମେଣ୍ଟ ମ୍ୟାଚରେ ମୁଶଫିକୁର ରହୀମ କ୍ୟାଚ୍ ଧରିବାକୁ ଯିବା ବେଳେ ତାଙ୍କ ଟିମ୍ର ଅନ୍ୟ ଜଣେ ଖେଳାଳି ତାଙ୍କ ନିକଟକୁ ଆସି ଯାଇଥିଲେ, ଯାହା ପରେ ସେ ତାଙ୍କୁ ମାରିବାକୁ ଦୌଡିଥିଲେ ।
ଶୋଏବ ଅଖତର: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର । ତାଙ୍କୁ ଅନେକ ମ୍ୟାଚ୍ରେ ପଡ଼ିଆରେ ବିପକ୍ଷ ଦଳର ଖେଳାଳିଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଥାଏ । ଅନେକଥର ବି ସେ ଭାରତୀୟ ଟିମ୍ର ଖେଳାଳିଙ୍କ ସହ ଝଗଡ଼ା କରିଛନ୍ତି ।
ରିକି ପଣ୍ଟିଂ: ଅଷ୍ଟ୍ରେଲିଆ ଟିମ୍ର ପୂର୍ବତନ ଅଧିନାୟକ ପଣ୍ଟିଂ ମଧ୍ୟ ଖୁବ୍ ରାଗି । ସେ ପଡିଆରେ ଖେଳାଳୀଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଥାନ୍ତି । ପଣ୍ଟିଂ ପ୍ରାୟତଃ ବିପକ୍ଷ ଟିମ୍ ଖେଳାଳିଙ୍କୁ ସ୍ଲେଜ୍ କରୁଥିବାର ନଜର ଆସୁଥିଲେ ।
ଶାକିବ ଅଲ ହାସନ: ଯଦି ଆମେ ରାଗି କ୍ରିକେଟରଙ୍କ ବିଷୟରେ କହିବା, ତେବେ ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନ ଏହି ତାଲିକାର ଶୀର୍ଷରେ ଅଛନ୍ତି । ଶାକିବ ଅନେକ ସମୟରେ ପଡ଼ିଆରେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା, ଷ୍ଟମ୍ପକୁ ବାଡେଇବା ସହ ଷ୍ଟମ୍ପକୁ ଉପାଡ଼ି ଫିଙ୍ଗିଦେଉଥିବାର ନଜର ଆସିଛନ୍ତି ।