ଓଡ଼ିଶା 365 (ବ୍ୟୁରୋ): ଏଏସଆଇ ଅଧିନକୁ ଗଲା ଭୁବନେଶ୍ୱରର କପିଳେଶ୍ବର ମନ୍ଦିର। ଫଳରେ ରାଷ୍ଟ୍ରୀୟ ମହତ୍ୱ ସ୍ମାରକୀ ମାନ୍ୟତା ପାଇଛି କପିଳେଶ୍ୱର ମନ୍ଦିର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଘୋଷଣା ପତ୍ରକୁ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ମନ୍ଦିର ସେବାୟତ ଓ ଏକାମ୍ର କ୍ଷେତ୍ରର ବାସିନ୍ଦାଙ୍କ ଇଛା ପୂରଣ ହୋଇଛି ବୋଲି କହିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଜଣାଇଲେ କୃତଜ୍ଞତା ଜଣାଇଛନ୍ତି ସାଂସଦ ।
ତେବେ ମନ୍ଦିର ସେବାୟତ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଂଚଦଶ ଶତାବ୍ଦୀରେ କପିଳେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରରେ ନାନା ସମସ୍ୟା ଦେଖାଦେଇଥିଲା । ମନ୍ଦିର ସୁରକ୍ଷା ନେଇ ସେବାୟତମାନେ ବାରମ୍ବାର ଦାବି କରି ଆସୁଥିଲେ । ଏନେଇ କପିଳେଶ୍ୱର ମନ୍ଦିର ଦାୟିତ୍ୱ ଏଏସଆଇ ଅଧିନକୁ ନେବାକୁ ଏପ୍ରିଲ ୩ରେ ଚିଠି ଲେଖିବା ସହ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ ସାଂସଦ ।