ଓଡ଼ିଶା 365:(ବ୍ୟୁରୋ) ମଣିପୁର ହିଂସା ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି ମଣିପୁରରେ ଆଉ ବର୍ତ୍ତିବେନି ଉପଦ୍ରବକାରୀ । ଏହି ମାମଲାର ଯାଞ୍ଚ କରିବ ସିବିଆଇ । ଏଥିପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ମୋଟ ୫୩ ଅଧିକାରୀ । ଦାଏର ହୋଇଥିବା ୧୭ରୁ ଅଧିକ ମାମଲାର କରିବ ପୁଙ୍ଖାନୁପୁଙ୍ଖ ଯାଞ୍ଚ । ଅଧିକାରୀଙ୍କ ସୂଚନା ମୁତାବକ, ୩ଜଣ ଉପମହାନିର୍ଦ୍ଦେଶକ ଅଧିକାରୀ ରାଜ୍ୟରେ ହୋଇଥିବା ହିଂସା ମାମଲାରେ ଯାଂଚ କରିବାକୁ ନିଜ ନିଜ ଟିମର ନେତୃତ୍ୱ କରିବେ । । ମେ ୩ ତାରିଖରେ ମଣିପୁରରେ ଦୁଇ ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ହିଂସା ସୃଷ୍ଟି ହେବା ଯୋଗୁଁ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।