ଓଡ଼ିଶା 365 (ବ୍ୟୁରୋ): ଚା’ ସମସ୍ତଙ୍କର ପସନ୍ଦ । ଛୋଟ ଠୁ ବୟସ୍କ ସମସ୍ତଙ୍କ ଦିନ ଚା କପରୁ ଆରମ୍ଭ ହୋଇଥାଏ । ଅଫିସରୁ ବସ୍ଷ୍ଟାଣ୍ଡ ସବୁଠି ଚା’ ର ମାହୋଲ ଦେଖିବାକୁ ମିଳିଥାଏ । କଥାରେ ଅଛି ସକାଳୁ ଚା’ ଟୋପେ ପିଇଦେଲେ ଦିନଟା ବଡ଼ ଆରମରେ କଟେ । ହେଲେ ଚା’ ବି ବିଭିନ୍ନ ଢ଼ଙ୍ଗରେ ପ୍ରସ୍ତୁତ କରାଯାଏ । ଯେମିତିକି ମସାଲା ଚା, ଗୁଜୁରାତି ଚା, ଅଦା ଚା କୁ ଅଧିକାଂଶ ଲୋକ ପସନ୍ଦ କରୁଥିବାବେଳେ ଅତିଥିମାନଙ୍କୁ ଚା ’ଦେବାବେଳେ ପ୍ରାୟ ଲୋକ ଚା କପ ସହ ଚାମଚ ଏବଂ ପ୍ଲେଟ ବ୍ୟବହାର କରିଥାନ୍ତି । ହେଲେ ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଦାମୀ ଚା’ ପାତ୍ର ବିଷୟରେ କହିବୁ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ହଁ ଦର୍ଶକବନ୍ଧୁ ଗିନିଜ ୱାର୍ଲ୍ଡ ରେକର୍ଡ ଇନଷ୍ଟାଗ୍ରାମରେ ଦୁନିଆର ସବୁଠୁ ଦାମୀ ଚା ପାତ୍ରର ଫଟୋ ସେୟାର କରିଛି। ଏହି ଚା ପାତ୍ରର ମୂଲ୍ୟ ପ୍ରାୟ ୩ ମିଲିୟନ ଡଲାର ହୋଇଥିବାବେଳେ ଏହାକୁ ଇଟାଲୀର ଜଣେ ଅଳଙ୍କାର ନିର୍ମାତା ଫ୍ଲୁବିଓ ସ୍କୋବିଆ ତିଆରି କରିଛନ୍ତି । ଏହି ପାତ୍ରରେ ସୁନା ଓ ରୂପା ବ୍ୟବହୃତ ହୋଇଥିବାବେଳେ ଏଥିରେ ୧୬୫୮ଟି ହୀରା ଲାଗିଛି । ଏହାର ହ୍ୟାଣ୍ଡେଲ ପାଇଁ ହାତୀ ଦାନ୍ତ ବ୍ୟବହାର କରାଯାଇଥିବାବେଳେ ଚା ପାତ୍ରର ଢାଙ୍କୁଣୀରେ ଥାଇଲାଣ୍ଡର ୩୮୬ଟି ରୁବି ରତ୍ନ ଲାଗିଛି । ସୁନା, ରୂପା, ହୀରା, ରୁବି ଏବଂ ହାତୀ ଦାନ୍ତରେ ନିର୍ମିତ ଏହି ସୁନ୍ଦର ଚା ପାତ୍ର ଦର୍ଶକଙ୍କୁ ଚକିତ କରିଛି । ଏହି ଦାମୀ ଚା ପାତ୍ରକୁ ସେପ୍ଟେମ୍ବର ୬, ୨୦୧୬ରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସବୁଠାରୁ ମହଙ୍ଗା ଚା ପାତ୍ର ଭାବରେ ମାନ୍ୟତା ଦେଇଛି ।