ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ଏକ ବଡ଼ ସଫଳତା ମିଳିଛି । ଚନ୍ଦ୍ରଯାନ-୩ର ପ୍ରପଲ୍ସନ ମଡ୍ୟୁଲରୁ ସଫଳତା ପୂର୍ବକ ଅଲଗା ହୋଇଛି ବିକ୍ରମ ଲ୍ୟାଣ୍ଡର । ଘଟଣାକୁ ନେଇ ଟୁଇଟ କରି ସୂଚନା ଦେଇଛି ଇସ୍ରୋ । ଇସ୍ରେ୍ାର ସୂଚନା ଅନୁସାରେ, ଏବେ ଚନ୍ଦ୍ରପୃଷ୍ଠକୁ ମାତ୍ର ୧୦୦ କିମି ବାକି ରହିଛି । ବାକି ଥିବା ୧୦୦ କିମି ର ଯାତ୍ରାରେ ବିକ୍ରମ ଲ୍ୟାଣ୍ଡର ଏକା ହିଁ ଯାତ୍ରା କରିବ । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଚାରି ପାର୍ଶ୍ୱରେ ଦୁଇଥର ଘୁରି ନିଜର ଗତି କମ କରିବ । ତେବେ ୧୮ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ଡିଅରବିଟିଂ ପ୍ରକ୍ରିୟାରେ ବିକ୍ରମ ଲ୍ୟାଣ୍ଡରକୁ ୩୦ କିମିର ପେରିଲ୍ୟୁନ ଓ ୧୦୦ କିମିର ଏପିଲ୍ୟୁନ ଅରବିଟରେ ଭର୍ତ୍ତି କରାଯିବ । ଚନ୍ଦ୍ରଯାନ- ୩ ପ୍ରପଲ୍ସନ ମଡ୍ୟୁଲର ସହାୟତାରେ ଏବେ ଯାଏଁ ଯାତ୍ରା କରୁଥିଲା । ତେବେ ଆଗକୁ ୟିବାକୁ ବାକି ଥିବା ରାସ୍ତା ବିକ୍ରମ ଲ୍ୟାଣ୍ଡରକୁ ଏକାକି ଯିବାକୁ ପଡ଼ିବ ।