ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଦକ୍ଷିଣ କୋରିଆ । ଏଠାରେ ଭଡ଼ାରେ ମିଳୁଛନ୍ତି ସମ୍ପର୍କୀୟ । କଥାରେ ଅଛି ଯାହାର ଅଧିକ ବନ୍ଧୁ ତାର ସମାଜରେ ସେତିକି ଆଧିପତ୍ୟ ୁ ରହିଛି । ପାର୍ଟି ହେଉ ଅବା ଉସô୍ବ ଏହାକୁ ଲକ୍ଷ୍ୟକରି ଏଠାରେ ଲୋକଙ୍କୁ ମୋଟା ଅଙ୍କରେ ଟଙ୍କା ଦେଇ ସମ୍ପର୍କୀୟ ଭାବେ ଭଡାରେ ଅଣାଯାଏ। ଏମାନଙ୍କୁ ଘଣ୍ଟାକ ପାଇଁ ୧୫୦୦ ଟଙ୍କା ଦିଆଯାଇଥାଏ । ଟଙ୍କା ନେଇ ଏମାନେ ଏତେ ଭଲ ଅଭିନୟ କରନ୍ତି ଯେ ସେମାନଙ୍କ ଆଗରେ ପ୍ରକୃତ ସମ୍ପର୍କୀୟ କିଏ ଚିହ୍ନିବା କଷ୍ଟକର ହୋଇଥାଏ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଠାରେ ବହୁତ ଗୁଡିଏ ଏଜେନ୍ସି ଅଛି, ଯାହା ସମ୍ପର୍କୀୟ ଯୋଗାଇଥାଏ । ଏହି ଏଜେନ୍ସି ଲୋକମାନଙ୍କୁ ତାଲିମ ଦେଇ ପଠାଇଥାନ୍ତି ଯାହାଫଳରେ, ସେମାନେ ନିଖୁଣ ଭାବରେ ଅଭିନୟ କରିଥାନ୍ତି ।