ଓଡ଼ିଶା 365 (ବ୍ୟୁରୋ): ଡାର୍କ ଚକୋଲେଟ୍ ଛୋଟଠୁ ବୟସ୍କ ସମସ୍ତଙ୍କର ପସନ୍ଦ । ଏହାର ନାଁ ଶୁଣିଲେ ମନ ଦୁଃଖ ଥିଲେ ବି ଖୁସି ହୋଇଯାଏ । ଏହା ଖାଇବାକୁ ପାଟିକୁ ଯେତିକି ସୁଆଦେ ଲାଗେ ମନକୁ ବି ସେତିକି ଶାନ୍ତି ମିଳେ । ଏହାସହ ଡାର୍କ ଚାକୋଲେଟ୍ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମଧ୍ୟ ମିଳିଥାଏ। ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଘାତକ ସାଜିଥାଏ । ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ଡାକ୍ତରଙ୍କ କହିବା ମୁତାବକ, ଡାର୍କ ଚକୋଲେଟ୍କୁ ଲୋକମାନେ ଅଧିକ ପସନ୍ଦ କରନ୍ତି । ଏହା କମ୍ ଚିନି ଯୁକ୍ତ ଓ ଆଣ୍ଟିଅକ୍ସିଡେଣ୍ଟର ଭଲ ସୋର୍ସ ବୋଲି ଲୋକଙ୍କ ବିଶ୍ୱାସ ରହିଛି । କିନ୍ତୁ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ କ୍ଷତି ହୋଇଥାଏ। କିଛି ଡାର୍କ ଚକୋଲେଟ୍ରେ ଲେଡ୍ ଓ କ୍ୟାଡ୍ମିୟମ ରହିଛି। ଏଗୁଡ଼ିକ ହେଉଛି ଦୁଇଟି ଭାରି ଧାତୁ । ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ।
ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରତିଦିନ ଭାରି ଧାତୁ ଖାଇବା ଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଉପୁଜି ପାରେ। ଗର୍ଭବତୀ ମହିଳା ଏବଂ ଛୋଟ ପିଲାମାନଙ୍କଠାରେ ଏହାର ବିପଦ ଅଧିକ ଥାଏ। ମସ୍ତିଷ୍କର ବିକାଶ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇପାରେ। ଡାର୍କ ଚକୋଲେଟ୍ ଓ ଓଜନ କମ୍ ଥିବା ପିଲାମାନଙ୍କର ଜନ୍ମ ହେବାର ପ୍ରମୁଖ କାରଣ ମଧ୍ୟ ସାଜିପାରେ। ଅଧିକ ଧାତୁ ବା ଲେଡ୍ ସେବନ ଦ୍ୱାରା ବୟସ୍କମାନଙ୍କଠାରେ ସ୍ନାୟୁଗତ ସମସ୍ୟା, ଉଚ୍ଚ ରକ୍ତଚାପ, କିଡନୀ ନଷ୍ଟ ହେବା ଭଳି ସମସ୍ୟା ମଧ୍ୟ ଉପୁଜିପାରେ। ତେଣୁ ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।