ଓଡ଼ିଶା 365:(ବ୍ୟୁରୋ) ହିନ୍ଦୁ ମୁସଲମାନ ଧର୍ମକୁ ନେଇ ବିବାଦିୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ । ସେ କହିଛନ୍ତି, ସମସ୍ତ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ। ହିନ୍ଦୁ ଧର୍ମ ଇସଲାମଠାରୁ ପୁରାତନ ଧର୍ମ । ଗୁଲାମ ନବୀ ଆଜାଦଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଜମ୍ମୁ-କଶ୍ମୀରର ଡୋଡା ଜିଲାର ।
ସୂଚନା ଅନୁସାରେ, ଅଗଷ୍ଟ ୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ରେ ଡୋଡାରେ ପହଞ୍ଚିଥିଲେ ଗୁଲାମ ନବୀ ଆଜାଦ । ସେ କହିଥିଲେ,ଭାରତର ମୁସଲମାନମାନେ ମୂଳତଃ ହିନ୍ଦୁ ଥିଲେ। ପରେ ସେମାନଙ୍କର ରୂପାନ୍ତରଣ ହୋଇଥିଲା। ଇସଲାମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା। ଭାରତରେ କେହି ବାହାର ଲୋକ ନୁହଁନ୍ତି। ଆମେ ସମସ୍ତେ ଏହି ଦେଶର ଅଟୁ ।
ଏହା ବ୍ୟତୀତ ସେ କହିଛନ୍ତି, ୬୦୦ ବର୍ଷ ପୂର୍ବେ କଶ୍ମୀରରେ କେବଳ କଶ୍ମୀର ପଣ୍ଡିତ ଥିଲେ। ସେତେବେଳେ ଅନେକ ଲୋକ ଧର୍ମ ଗ୍ରହଣ କରି ମୁସଲମାନ ହୋଇଥିଲେ। ଆଜାଦ ଲୋକଙ୍କୁ ଭାଇଚାରା, ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ ନୁହେଁ। ଲୋକମାନେ ଧର୍ମ ନାମରେ ଭୋଟ ଦେବା ଉଚିତ ନୁହେଁ।