ଓଡ଼ିଶା 365 (ବ୍ୟୁରୋ): ସୁରକ୍ଷାକର୍ମୀଙ୍କ ଅସାବଧାନତାରୁ ବନ୍ଧୁକରୁ ଫୁଟିଲା ଗୁଳି। ଫଳରେ ଆହତ ହୋଇଛନ୍ତି ରାସ୍ତାରେ ଯାଉଥିବା ୩ ସାଧାରଣ ଲୋକ। ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏପରି ଏକ ଘଟଣା ଦେଖିବାକୁ ନିଳିଛି।
ସୂଚନାଯୋଗ୍ୟ, ରାଜଗାଙ୍ଗପୁରସ୍ଥିତ ICICI ବ୍ୟାଙ୍କର କର୍ମଚାରୀ ଆଜି ସକାଳେ ରାଉରକେଲାସ୍ଥିତି ମୁଖ୍ୟ କାର୍ଯ୍ୟାଳୟକୁ ଟଙ୍କା ନେଉଥିଲେ। ଏହି ସମୟରେ ଟଙ୍କାକୁ ଗାଡ଼ିରେ ଲୋଡ କରାଯାଉଥିବା ବେଳେ ପାଖରେ ସୁରକ୍ଷା କର୍ମୀଜଣକ ଛିଡ଼ା ହୋଇଥିଲେ। ମାତ୍ର ହଠାତ୍ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟିବାକୁ ଲାଗିଲା। ଏହି ଗୁଳିଗୁଡ଼ିକ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଠେଲା ଗାଡ଼ି ମାଲିକ, ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ବାଜିଥିଲା। ତୁରନ୍ତ ସେମାନଙ୍କୁ ରାଜରାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଶରୀରରୁ ଗୁଳି ବାହାର କରାଯାଇଥିବା ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାଉରକେଲା ପଠାଯିବ ବୋଲି ଜଣାଯାଇଛି।