ଓଡ଼ିଶା 365 (ବ୍ୟୁରୋ): କିଛିଦିନର ନିରବତା ପରେ ଏବେ ଲଗାତାର ବିଜେଡିକୁ ଶଣ୍ଢୁଆସୀ ଆକ୍ରମଣ କରିଛନ୍ତି ଗୋପାଳପୁର ବିଧାୟକ ତଥା ବିଜେଡିର ନିତମ୍ବିତ ନେତା ପ୍ରଦୀପ ପାଣିଗ୍ରାହୀ। ଏଥର କିନ୍ତୁ ସିଧା ଟାର୍ଗେଟ କରିଛନ୍ତି 5-T ସଚିବ ଭି.କେ ପାଣ୍ଡିଆନଙ୍କୁ। ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି କି, 5-T ଏବେ 7-D ହୋଇଗଲାଣି। ଗୋଟିଏ ହେଲା ଦାଦନ। ଲକ୍ଷ ଲକ୍ଷ ଲୋକେ ଗଞ୍ଜାମରୁ ଯାଇ ବାହାରେ ଦାଦନ ଖଟୁଛନ୍ତି। ଦ୍ୱିତୀୟରେ ଦୁର୍ନୀତି। ଚାରିଆଡେ ଦୁର୍ନୀତି ହେଉଛି। ତୃତୀୟଟି ହେଉଛି ଦାରିଦ୍ର୍ୟତା, ଯାହା ଆଧୁନିକ ଗରିବୀ ଏବେ ଚରଣ ସୀମାରେ ପହଁଚିଛି। ଚତୁର୍ଥ ହେଲା ଦିଃଷ୍କର୍ମ। ଆଜି ୮୬ ହଜାର ଝିଅ ଓଡ଼ିଶାରୁ ଗାଏବ ହୋଇଯାଇଛନ୍ତି। ପଞ୍ଚମ ହେଲା ଦୁର୍ନାମ। ରାଜ୍ୟରଏମାନେ ଦୁର୍ନାମ କରିସାରିରିଲେଣି ବୋଲି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାରିହୀ।
କହିରଖୁ କି, ନିଜ ନିର୍ବାଚନମଣ୍ଡଳରେ ଯେଉଁଠି ପ୍ରଦୀପ ପାଣିଗ୍ରାହୀଙ୍କୁ ଦିନେ ବିରୋଧର ସାମ୍ନା କରିବାକୁ ପଡୁଥିଲା, ସେଇଠି ଆଜି ପୂର୍ବ ଭଳି ନିଜର ଦମ୍ ଦେଖାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଜେଡିରୁ ବିଦା ହେବା ପରେ ଗୋପାଳପୁର ରାଜନୀତିକୁ ନେଇ ଭିନ୍ନ ଭିନ୍ନ ସମୀକରଣ କରାଯାଉଥିଲା । ଶାସକ ବିଜେଡି ଦଳ, ଗୋପାଳପୁରକୁ ନିଜ କବ୍ଜାକୁ ନେବା ପାଇଁ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସଂଗଠନ ଦାୟୀତ୍ୱ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବା ବିକ୍ରମ ପଣ୍ଡା ନିୟମିତ ବ୍ୟବଧାନରେ ଗୋପାଳପୁର ଗସ୍ତ କରୁଛନ୍ତି । ଠିକ୍ ଏମିତି ବେଳେ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ୍ ହୋଇ, ଫାଇଭ୍-ଟି ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି ।