ଓଡ଼ିଶା365(ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମୀ ମଦନଲାଲ ଧିଙ୍ଗଡା। ଯିଏ ବ୍ରିଟେନ ଯାଇ ଇଂରେଜ ଅଧିକାରୀଙ୍କୁ ହତ୍ୟାକରି ପ୍ରତିଶୋଧ ନେଇଥିଲେ । ଖୁଦିରାମ ବୋଷଙ୍କ ପରି ବିପ୍ଳବୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଧିଙ୍ଗଡା ବ୍ରିଟେନ ଯାଇଥିଲେ । ସେଠାରେ ସେ ତାଙ୍କ ଲକ୍ଷ୍ୟ ପୂରଣ କରିବା ସହ ଇଂରେଜ ଅଧିକାରୀଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ଅଗଷ୍ଟ ୧୭ , ୧୯୦୯ ମସିହାରେ ମାତ୍ର ୨୫ବର୍ଷ ବୟସରେ ମଦନଲାଲାଙ୍କୁ ଫାଶୀ ଦିଆଯାଇଥିଲା।
ମଦନଲାଲ ଧିଙ୍ଗଡାଙ୍କର ଆଜି ହେଉଛି ବଳିଦାନ ଦିବସ । ତାଙ୍କର ଅଦମ୍ୟ ସାହସ ପାଇଁ ଆଜିର ଦିନରେ ତାଙ୍କୁ ଦେଶ ସମ୍ମାନ ଜଣାଉଛି। ତାଙ୍କର ଦେଶପ୍ରେମ ସବୁଦିନ ଉଦାହରଣ ଓ ପ୍ରେରଣା ହୋଇ ରହିବ ଭାରତବାସୀଙ୍କ ପାଇଁ । ଦେଶପାଇଁ ବଳିଦାନ ଦେଇଥିବା ମଦନଲାଲ ଧିଙ୍ଗଡାଙ୍କ ଅସ୍ତି ଆଣିବା ପାଇଁ ୧୧୪ ବର୍ଷ ଲାଗିଥିଲା। ସ୍ୱାଧୀନତା ସଂଗ୍ରାମରେ ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଧିଙ୍ଗଡା ଏକ ଅସାଧାରଣ ଘଟଣା ଘଟାଇଥିଲେ।
ସେ ୧୯୦୯ ମସିହା ଜୁଲାଇ ୧ ତାରିଖ ସନ୍ଧ୍ୟାରେ ଲଣ୍ଡନରେ ବ୍ରିଟିଶ ଅଧିକାରୀଙ୍କ ପାଇଁ ଗୁପ୍ତଚର କରୁଥିବା କରଞ୍ଜନ ୱିଲିଙ୍କୁ ହତ୍ୟା କରିଥିଲେ। ଫଳରେ ମଦନଲାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୧୯୭୬ ମସିହାରେ ତାଙ୍କର ଅସ୍ଥି ଭାରତକୁ ଆସିଥିଲା। ଆଜି ତାଙ୍କର ସ୍ମାରକୀ ଉଦଘାଟନ ହେବ । ୧୮ ସେପ୍ଟେମ୍ବର ୧୮୮୩ରେ ଅମୃତସରର ସିକନ୍ଦରୀ ଫାଟକରେ ଜନ୍ମଗ୍ରହଣ କରିଥିଲେ ମଦନଲାଲ। ତାଙ୍କ ପିତା ବ୍ରିଟିଶଙ୍କ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିଲେ। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ୧୯୭୬ରେ ଅସ୍ତି ପାଉଁଶ ଦେଶକୁ ଅଣାଯାଇଥିଲା। ବର୍ତ୍ତମାନ ଧିଙ୍ଗଡ଼ାଙ୍କ ପିସ୍ତଲ ଏବଂ ପୋଷାକ ଲଣ୍ଡନରୁ ଅଣାଯିବା ପାଇଁ ପ୍ରୟାସ ଜାରି ରହିଛି । ଦେଶର ଏହି ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି କୋଟି କୋଟି ଭାରତୀୟ।