ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ସ୍ଲିମ୍ ରହିବାକୁ ସମସ୍ତେ ପସନ୍ଦ କରନ୍ତି । ଏଥିପାଇଁ ଅନେକ ଶାରୀରିକ ପରିଶ୍ରମ କରିଥାନ୍ତି । ହେଲେ ବାହାର ଖାଦ୍ୟ ଆମ ଶରୀରକୁ ମୋଟା କରିଦେଇଥାଏ । ମୋଟାପଣକୁ ଦୂରେଇବା ପାଇଁ ପ୍ରତିଦିନ ସେହି ସମାନ ରୋଟିନ୍ ଅନୁସରଣ କରିବା ଦ୍ୱାରା ଆପଣ ବିରକ୍ତ ହୋଇଯାଉଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏକ ସହଜ ଓ ସରଳ ଉପାୟ ବତେଇବୁ । ହେଲେ ଏହାପାଇଁ ଆପଣଙ୍କୁ ପ୍ରତିଦିନ ବ୍ୟାୟାମ କରିବାକୁ ପଡିବନି । ତାହା ହେଉଛି ପଛୁଆ ଚାଲିବା । ସପ୍ତାହରେ କିଛି ଥର ୧୦ରୁ ୨୦ ମିନିଟ୍ ପଛକୁ ଚାଲିବା ଅର୍ଥାତ୍ ଜଗିଂ କରିବା ଭଳି ସୁକ୍ଷ୍ମ ବ୍ୟାୟାମ ଦ୍ୱାରା ଆପଣଙ୍କ ଶରୀର ସହ ମସ୍ତିଷ୍କ ମଧ୍ୟ ବିକାଶ ହୋଇଥାଏ । ସେଥିପାଇଁ ଡାକ୍ତର ପଛୁଆ ଚାଲିବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି ।
ପଛୁଆ ଚାଲିବାରେ ଲାଭ କ’ଣ?
ମାଟିରେ ପଛକୁ ଚାଲିବା ଦ୍ୱାରା ଆମକୁ ସମସ୍ତେ ବୋକା ବୋଲି କହିଥାନ୍ତି । ହେଲେ ଏହାର ପ୍ରଭାବ ଆମ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ପ୍ରଦାନ କରିଥାଏ । ଏହାସହ ମାଂସପେଶୀ ଏବଂ ମନକୁ ଭିନ୍ନ ଚିନ୍ତା ଏବଂ କାର୍ୟ୍ୟ କରିବାକୁ ମଧ୍ୟ ବାଧ୍ୟ କରିଥାଏ । ଯାହାଦ୍ୱାରା ଆପଣଙ୍କ ମନ ଓ ଶରୀର ସୁସ୍ଥ ରହିଥାଏ । ଖାଲି ଏତିକି ନୁହେଁ ଏହା କରିବା ଦ୍ୱାରା ମାନସିକ ଲାଭ ମଧ୍ୟ ମିଳିଥାଏ । ଶରୀରରେ ସଚେତନତା ବୃଦ୍ଧି ସହ ଶରୀରରେ ସମନ୍ୱୟ ଏବଂ ଗତି ବୃଦ୍ଧି କରିଥାଏ । ବ୍ୟାୟମ କରିବା ବେଳେ ବିରକ୍ତିଭାବ ଦୂର କରିବାରେ ମଧ୍ୟ ଏହା ସହାୟକ ହୁଏ । ଦୃଷ୍ଟିଶକ୍ତି ବୃଦ୍ଧି କରିବା ସହ ଇନ୍ଦ୍ରୀୟଗୁଡିକ ନିୟନ୍ତ୍ରଣରେ ରଖିଥାଏ । ଏହାସହ ଭଲ ନିଦ୍ରା ହେବାରେ ସହାଯ୍ୟ କରିଥାଏ । ସବୁଠୁ ବଡ଼ କଥା ଚିନ୍ତାଧାରା ଦକ୍ଷତା ଏବଂ ବୁଝିପାରିବା ଶକ୍ତି ତିକ୍ଷ୍ମ କରେ । ତେଣୁ ପ୍ରତିଦିନ ୧୦ରୁ ୨୦ ମିନିଟ୍ ପଛକୁ ଚାଳନ୍ତୁ ସୁସ୍ଥ ରୁହନ୍ତୁ ।