ଓଡ଼ିଶା 365 (ବ୍ୟୁରୋ): ଆମେ ସାଧାରଣତ ପାଞ୍ଜି ଦେଖି ସଂକ୍ରାନ୍ତି ଜାଣିଥାଉ । ପାଞ୍ଜିରେ ରହିଥାଏ ମାସାଧିପତିଙ୍କ ନାମ ଓ ପୁଣ୍ୟକାଳର ସୂଚନା ଦିଆଯାଇଥାଏ । ତା’ ସହିତ ଏକ ମନୁଷ୍ୟର ଚିତ୍ର ଦିଆଯାଇ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ କେଉଁ କେଉଁ ନକ୍ଷତ୍ର ଅଛନ୍ତି ଏବଂ ସେହି ନକ୍ଷତ୍ରମାନଙ୍କ ପାଇଁ କିଭଳି ଫଳ ମିଳିବ ତାହା ମଧ୍ୟ ଲେଖାଥାଏ, ଯାହାକୁ ଆପଣ ମାନେ ସଂକ୍ରାନ୍ତିପୁରୁଷ ଭାବେ କୁହାଯାଏ । ଭିନ୍ନ ଭିନ୍ନ ସଂକ୍ରାନ୍ତି ପାଇଁ ତାଙ୍କର ନାମ, ଜାତି, ବୟସ, ବସ୍ତ୍ର, ଶସ୍ତ୍ର, ବାହନ, ମୁଖ ଓ ଦୃଷ୍ଟିର ଦିଗ ଆଦି ଭିନ୍ନ ଭିନ୍ନ ହୋଇଥାଏ ।ତେବେ ସଂକ୍ରାନ୍ତି ପୁରୁଷଙ୍କର ଏହି ସାଙ୍କେତିକ ସ୍ୱରୂପରୁ ସଂପୃକ୍ତ ସୌର ମାସର ପ୍ରତ୍ୟକ ଫଳର ସଂଙ୍କେତ କାଳେ ମିଳିଥିଏ । ଏହାକୁ ନେଇ ମାସତତ୍ତ୍ୱ, ମାସଫଳ ଓ ପାଣିପାଗ ଆଦିର ପୂର୍ବାନୁମାନ କରାଯାଏ ।
ତେବେ ସଂକ୍ରାନ୍ତି ଚାରି ପ୍ରକାର। ଦୁଇଟି ବିଷୁବ ସଂକ୍ରାନ୍ତି ଯାବା ମେଷ- ମହାବିଷୁବ ଓ ତୁଳା- ଜଳ ବିଷୁବ, ଦୁଇଟି ଅୟନ ସଂକ୍ରାନ୍ତି କର୍କଟ- ଦକ୍ଷିଣାୟନ ଓ ମକର- ଉତ୍ତରାୟଣ, ଚାରିଟି ବିଷ୍ଣୁପଦୀ ସଂକ୍ରାନ୍ତି ବୃଷ, ସିଂହ, ବିଛା ଓ କୁମ୍ଭ ଏବଂ ଚାରିଟି ଷଡ଼ଶୀତି ସଂକ୍ରାନ୍ତି ମିଥୁନ, କନ୍ୟା, ଧନୁ ଓ ମୀନ । ଯାହା ରାଶୀ ନକ୍ଷେତ୍ର ହୋଇଥାଏ ।
ବାର ଅନୁସାରେ ସଂକ୍ରାନ୍ତିର ନାମକରଣ ହୁଏ। ରବିବାର ସଂକ୍ରାନ୍ତି ହେଲେ ତାହାର ନାମ ଘୋରା। ସୋମବାର ହେଲେ ଧ୍ୱାଂକ୍ଷୀ, ମଙ୍ଗଳବାର ହେଲେ ମହୋଦରୀ, ବୁଧବାର ହେଲେ ମନ୍ଦାକିନୀ, ଗୁରୁବାର ହେଲେ ମନ୍ଦା, ଶୁକ୍ରବାର ହେଲେ ମିଶ୍ରା, ଶନିବାର ହେଲେ ସଂକ୍ରାନ୍ତିର ନାମ ହୁଏ ରାକ୍ଷସୀ।
ତେବେ ସଂକ୍ରାନ୍ତିପୁରୁଷଙ୍କ ଛବିର ବିଭିନ୍ନ ଅଙ୍ଗରେ ୨୭ଟି ନକ୍ଷତ୍ର ବାଣ୍ଟି ହୋଇ ରହିବା ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ସଂକ୍ରାନ୍ତି ଚଳନ ସମୟରେ ସଂକ୍ରାନ୍ତିପୁରୁଷଙ୍କର ମସ୍ତକ, ମୁଖ, ନେତ୍ର, ହୃଦୟ, ଦକ୍ଷିଣ ଓ ବାମ ହସ୍ତ, ଦକ୍ଷିଣ ଓ ବାମ ପାଦ ଏବଂ ଗୁହ୍ୟ ଆଦି ସ୍ଥାନରେ କେଉଁ କେଉଁ ନିର୍ଦ୍ଦିଷ୍ଟ ନକ୍ଷତ୍ର ଅଛନ୍ତି ତାହା ପାଞ୍ଜିରେ ଦିଆଯାଇଥାଏ। କୌଣସି ବ୍ୟକ୍ତିଙ୍କର ଜନ୍ମନକ୍ଷତ୍ର ସଂକ୍ରାନ୍ତିପୁରୁଷଙ୍କର ଯେଉଁ ଅଙ୍ଗରେ ଥାଏ ସେହି ଅନୁସାରେ ତାଙ୍କୁ ନିରୂପିତ ଫଳ ମିଳିଥାଏ ।