ଓଡ଼ିଶା 365:(ବ୍ୟୁରୋ) ୯ ଟି ରାଜ୍ୟରେ ରେଳପଥ ସମ୍ପ୍ରସାରଣ ହେବ । ଏହି ରାଜ୍ୟଗୁଡ଼ିକ ହେଲା ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଓଡିଶା, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ । ୯ ଟି ରାଜ୍ୟର ୩୫ଟି ଜିଲାରେ ପ୍ରକଳ୍ପ କାମ ଆରମ୍ଭ ହେବ । ଏହି ମଲ୍ଟି ଟ୍ରାକିଂ ପ୍ରୋଜେକ୍ଟରେ ୩୨,୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡିକରେ ଗୋରଖପୁର-କ୍ୟାଣ୍ଟ-ବାଲ୍ମିକୀ ନଗର ଦୋହରିକରଣ, ସୋନ ନଗର-ଆଣ୍ଡାଲ ମଲ୍ଟି ଟ୍ରାକିଂ ପ୍ରକଳ୍ପ, ନିର୍ଗୁଣ୍ଡି-ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡ-ବିଜୟନଗରମ ମଧ୍ୟରେ ତୃତୀୟ ଲାଇନ ଏବଂ ମୁଡଖେଦ-ମେଡଚାଲ ଏବଂ ମହବୁବନଗର-ଧୋନ, ଗୁଣ୍ଟୁର-ବିବିନଗରମ, ଚୋପାନ-ଚୁନାର ମଧ୍ୟରେ ଥିବା ଲାଇନକୁ ଦୋହରିକରଣ, କରିବା ଅନ୍ତର୍ଭୁକ୍ତ। ଏହା ଦ୍ୱାରା ସମ୍ପୃକ୍ତ ରାଜ୍ୟବାସୀଙ୍କୁ ଆନୁମାନିକ ୭.୦୬ କୋଟି ନିଯୁକ୍ତି ଦିବସ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।