ଓଡ଼ିଶା 365 (ବ୍ୟୁରୋ): ରାଜ୍ୟରେ ଜାରି ରହିଛି ମୌସୁମୀ ବାୟୁ। ଏହାର ପ୍ରଭାବରେ ବୁଧବାର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏକି କ୍ରମରେ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ କାଲି ବଜ୍ରପାତ ବ୍ୟାପକ ଜନଜୀବନ ନଷ୍ଟ କରିଛି। ଗୋଟିଏ ଦିନରେ ବଜ୍ରପାତ ଘଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରେମୁଣା ବ୍ଲକ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୬ରୁ ଅଧିକ ବ୍ୟକ୍ତି ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ସେହିପରି ଗତକାଲି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗିରହିଥିଲା। ଦୁଇଦିନ ମଧ୍ୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଓ ବ୍ଲକ ଅଞ୍ଚଳରେ ବଜ୍ରପାତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ତିହିଡ଼ି ବ୍ଲକରେ ମଙ୍ଗଳବାର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।