ଓଡ଼ିଶା 365 (ବ୍ୟୁରୋ):ପୁଣି ବ୍ୟାନ ହେଲା ଚୀନ ଆପ୍ ଟିକ୍ ଟକ୍ । ଭାରତ ପରେ ନ୍ୟୁୟର୍କରେ ବନ୍ଦହେଲା ଚିନ୍ ର ଏହି ଲୋକପ୍ରିୟ ଆପ୍ ଟିକଟକ । ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଏହି ଆପକୁ ବ୍ୟାନ କରିବା ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ସୁରକ୍ଷା କାରଣରୁ ସରକାରୀ ଡିଭାଇସକୁ ଟିକ୍ ଟକ୍ ବ୍ୟାନ କରାଯାଇଥିବା କଥା କୁହାଯାଇଛି । ପୂର୍ବରୁ ଆମେରିକା ଏକାଧିକ ଷ୍ଟେଟ ଟିକଟକ ବ୍ୟାନ କରିଥିଲା । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ କରିବା ଆଶଙ୍କାରେ ନ୍ୟୁୟର୍କ ସିଟି କର୍ତ୍ତୃପକ୍ଷ ଟିକଟ ଆପ୍ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ନ୍ୟୁୟର୍କ ଟାଇମ୍ସରୁ ସୂଚନା ମିଳିଛି । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ ସନ୍ଦେହରେ ସରକାରୀ ଅଫିସିଆଲଙ୍କ ଫୋନରେ ଏହି ଆପ୍କୁ ବ୍ୟାନ କରାଯାଇଛି । ମେୟର ଏରିକ ଆଡମସ ମୁଖପାତ୍ର ଜୋନ ଏଲୋନ ଏକ ବିବୃତ୍ତିରେ କହିଛନ୍ତି, ନ୍ୟୁୟର୍କ ସିଟିରେ ଟେକ୍ନିକାଲ ନେଟୱାର୍କ ସୁରକ୍ଷାରେ ବିପଦ ସୃଷ୍ଟି ହୋଇଛି । ସିଟି କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନେ 30 ଦିନ ମଧ୍ୟରେ ନିଜ ଫୋନରୁ ଆପ୍ ହଟାଇବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ମାର୍ଚ୍ଚ ମାସରେ ସୁରକ୍ଷା ଚିନ୍ତା ଦର୍ଶାଇ ସଂସଦରେ ଟିକ୍ ଟକ୍ ବ୍ୟବହାର ବନ୍ଦ କରିଥିଲେ ବ୍ରିଟେନ ସରକାର । କୌଣସି ସାଂସଦଙ୍କ ଫୋନରେ ଚୀନ ଟିକଟକ ଆପ୍ ରହିବ ନାହିଁ ବୋଲି କହିଥିଲେ । ବ୍ରିଟେନ ସାଂସଦଙ୍କୁ ଟିକଟକ ମନା ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ରିଟେ ପାର୍ଲାମେଣ୍ଟ ଏହି ଆପ୍ ଉପରେ ବ୍ୟାନ ଲଗାଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ ଡିଭାଇସରୁ ଏହି ଆପ ହଟିଥିଲା ।
2020 ଲଦାଖ ଗଲୱାନ ଘାଟିରେ ଚୀନ ସେନା ଭାରତୀୟ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ 20 ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାପରେ ଚୀନ ସାମଗ୍ରୀ ଓ ଆପ୍ ବର୍ଜନ ନେଇ ଦାବି ହୋଇଥିଲା । ଭାରତ ଗୋପନୀୟତା ଓ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରି ଟିକ୍ ଟକ୍ ଆପକୁ ବ୍ୟାନ କରିଥିଲା । ଟିକ୍ ଟକ୍ ସମେତ 59 ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର ।ଭାରତ ପରେ ଆମେରିକା ଟିକ୍ ଟକ୍ ବ୍ୟାନ କରିବା ନେଇ ଚର୍ଚ୍ଚା ହେଉଥିଲା । ଭାରତରେ ଟିକଟକ ସମେତ 59 ଆପ ଉପରେ ପ୍ରତିବନ୍ଧକ ଲଗାଯିବା ପରେ 6 ବିଲିୟନ କ୍ଷତି ସହିଥିଲା ଚାଇନାର ଏକ କମ୍ପାନୀ । ଏହା ଛଡା ଚୀନ ଓ ଆମେରିକା ମଧ୍ୟରେ ବିବାଦ ବଢୁଥିବାରୁ ଟିକଟକ ବ୍ୟାନ କରିବାକୁ ବାଇଡେନ ସରକାର ଚୀନକୁ ସିଧା ସିଧା କହିଥିବା ଖବର ପ୍ରକାଶ ପାଇଥିଲା । ଆପ୍ ମାଧ୍ୟମରେ ବ୍ୟବହାରକାରୀଙ୍କ ଡାଟା ଚୀନ୍ ରକାରଙ୍କୁ ପଠାଉଥିବା ଅଭିଯୋଗ କରିଥିଲା ଆମେରିକା ।