ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍ ଷ୍ଟାର ଆଲିଆ ଭଟ୍ଟ ଓ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ଯୋଡି । ଆଲିଆ ଭଟ୍ଟଙ୍କ ପ୍ରଶଂସକମାନେ ସ୍ୱାମୀ ରଣବୀରଙ୍କ ବ୍ୟବହାରକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ରଣବୀର କପୁର ଜଣେ ଭଲ ସ୍ୱାମୀ ନୁହଁନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଆଲିଆ ନିଜ ଓଠରେ ଖୁବ୍ ଅଳ୍ପ ଲିପ୍ଷ୍ଟିକ୍ ଲଗାଇବା ପରେ ତା’ ପଛର କାରଣ କହୁଛନ୍ତି। ସ୍ବାମୀ ରଣବୀର ତାଙ୍କ ଓଠରେ ଅଧିକ ଲିପ୍ଷ୍ଟିକ୍ ପସନ୍ଦ କରନ୍ତି ନାହିଁ।
ବିବାହ ପୂର୍ବରୁ ରଣବୀର ଯେତେବେଳେ ତାଙ୍କର ବଏଫ୍ରେଣ୍ଡ ଥିଲେ ସେତେବେଳୁ ସେ ତାଙ୍କ ଓଠରୁ ଲିପ୍ଷ୍ଟିକ୍ ପୋଛିବାକୁ କହୁଥିଲେ, କାରଣ ତାଙ୍କୁ ଆଲିଆଙ୍କ ଓଠର ପ୍ରାକୃତିକ ରଙ୍ଗ ଅଧିକ ପସନ୍ଦ। ଆଲିଆ ଖୁସିରେ ଏହି କଥାଟି ପ୍ରକାଶ କରିଥିଲେ ବି କିଛି ମହିଳା ଏହାକୁ ଏହା ସୁସ୍ଥ ସମ୍ପର୍କର ସଙ୍କେତ ନୁହେଁ ବୋଲି କହିଛନ୍ତି। ମହିଳାମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି କରି ରଣବୀର ନିଜ ସ୍ତ୍ରୀଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆଲିଆ ନିଜ ଲିପ୍ଷ୍ଟିକ୍ ବଦଳରେ ଏହି ସମ୍ପର୍କକୁ ପୋଛିଦେବା ଉଚିତ ବୋଲି ମହିଳାମାନେ ମତ ପ୍ରକାଶ କରିଛନ୍ତି ।