ଓଡ଼ିଶା 365 (ବ୍ୟୁରୋ): ଦୁସମନ୍ନା କରେ ଦୋସ୍ତନେ ଓ କାମକିୟା ହେ, ଉମର ଭରକା ଗମ୍ ହମେ ଇନାମଦିୟା ହେ । ଏ ହେଉଛି ହିନ୍ଦି ଚଳଚ୍ଚିତ୍ରର ଏକ ଲୋକପ୍ରିୟ ଗୀତ । କିନ୍ତୁ ଏହି ଗୀତ ଏବେ ସତ ବୋଲି ପ୍ରକମାଣିତ ହୋଇଛି । ସତରେ ବନ୍ଧୁଯେ ଏତେ ସ୍ବାର୍ଥପର ହୋଇପାରେ ତାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି କୋଳିଅଠା ଗାଁର ଜଣେ ବାନ୍ଧବୀ । ବାନ୍ଧବୀ ନିଜ ବନ୍ଧୁର ଅଶ୍ଲିଳ ଫଟୋ ଭାଇରାଲ କରିଛନ୍ତି ବ୍ଲାକମେଲ । ଫଳରେ ଆତ୍ମହତ୍ୟା କରିଦେଇଛନ୍ତି ଯୁବତୀ । ଏଭଳି ଅଘଟଣ ଦେଖିବାକୁ ମିଳିଛି କଟକ ମାହାଙ୍ଗା ଥାନା କୋଳିଅଠା ଗାଁରେ ।
ଖବର ଅନୁଯାୟୀ,ମୃତ ଯୁବତୀଙ୍କ ଅଶ୍ଲିଳ ଫଟୋ ଉଠାଇ ବାନ୍ଧବୀ ଜଣଙ୍କ ଭାଇରାଲ କରିଥିଲେ । ପ୍ରଥମେ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇଥିଲେ । ଏହା ପରେ ପୁରୁଷ ବନ୍ଧୁ ଜଣଙ୍କ ଅଶ୍ଲିଳ ଫଟୋକୁ ତାଙ୍କର ଅନ୍ୟ ସାଙ୍ଗ ମାନଙ୍କୁ ପଠାଇଥିଲେ । ବାନ୍ଧବୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କର ସାଙ୍ଗମାନେ ଯୁବତୀଙ୍କୁ ବ୍ଲାକମେଲିଂ କରିଥିଲେ । ଏପରିକି ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖିବା ସହିତ ଟଙ୍କା ଦେବାକୁ ବାରମ୍ବାର ଫୋନରେ ଧମକ ଦେଉଥିଲେ । ଯୁବତୀ ଜଣଙ୍କ ଚାଟିଂ ମାଧ୍ୟମରେ ଯେତେ କାକୁତି ମିନତି ହେଲେ ମଧ୍ୟ କେହି ଶୁଣିନଥିଲେ । ଶେଷରେ ଲୋକଲଜ୍ୟା ଭୟରେ ଯୁବତୀ ଜଣଙ୍କ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ।