ଓଡ଼ିଶା 365 (ବ୍ୟୁରୋ): ହସ୍ପିଟାଲରେ ଭର୍ତ୍ତିହେଲେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ । ଡେଙ୍ଗୁ ସହ ପ୍ରବଳ ଜ୍ଜରରେ ଯନ୍ତ୍ରଣା ପାଉଛନ୍ତି ଜରିନ୍ । ଏନେଇ ନିଜେ ଅଭିନେତ୍ରୀ ସୋସିଆଲ ମିଡିଆ ଇନ୍ଷ୍ଟାଗ୍ରାମରେ ଜଣାଇଛନ୍ତି। ଯେଉଁଥିରେ ତାଙ୍କ ହାତରେ ଡ୍ରିପ୍ ଲାଗିଥିବା ଦେଖାବାକୁ ମିଳିଛି । ଏହାସହ ଏକ ଜୁସ୍ ଗ୍ଲାସ୍ ଧରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋ ସହିତ ଜରିନ୍ ଲେଖିଛନ୍ତି ଯେ, ‘ରିକଭରୀ ମୋଡ୍’। ସେପଟେ ଅସୁସ୍ଥ ଥିବା ସତ୍ୱେ ମଧ୍ୟ ନିଜ ଫ୍ୟାନ୍ସ ମାନଙ୍କୁ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସଫାସୁତରା ତଥା ମଶାମୁକ୍ତ ପରିବେଶ ସୃଷ୍ଟି କରିବା ସହ କୀଟନାଶକ ଔଷଧ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି।