ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ପ୍ରତ୍ୟେକ ପୁଅ ଚାହାଁନ୍ତି ଗୋଟେ ଭଲ ଜୀବନସାଥୀ । ଯିଏ ତାଙ୍କୁ ବୁଝିପାରୁଥିବ, ବିପଦ ସମୟରେ ତାଙ୍କ ସାଥ୍ ଦେଉଥିବ , ବାପା ମା’ଙ୍କର ସେବା କରୁଥିବ ଏବଂ ସଂସ୍କାରୀ ଝିଅଟେ ହୋଇଥିବ । ହେଲେ ଆପଣ ଜାଣନ୍ତି କି ଅଧିକାଂଶ କମ୍ ବୟସର ପୁଅ ଅଧିକ ବୟସର ଝିଅକୁ ଜୀବନସାଥି କରିବାକୁ ବେଶ୍ ପସନ୍ଦ କରନ୍ତି । ଉଦାହରଣ ସ୍ୱରୁପ ବଲିଉଡର ଅଭିଷେକ ବଚ୍ଚନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ବିରାଟ କୋହଲି ଓ ବିଦେଶର ନିକ୍ ଜୋନସ ମଧ୍ୟ ତାଙ୍କ ଠାରୁ ଅଧିକ ବୟସର ଝିଅଙ୍କୁ ବିବାହ କରିଛନ୍ତି ।
ପ୍ରତ୍ୟେକ ପୁଅ ଚାହାନ୍ତି କି ତାଙ୍କ ସ୍ତ୍ରୀ ନିଃସ୍ବାର୍ଥପର ଭାବରେ ତାଙ୍କର ଯତ୍ନ ନେଉ ଏବଂ ତାଙ୍କୁ ଦୁନିଆରେ ସବୁଠୁ ଅଧିକ ଭଲପାଉ । ଏହାସହ ବୟସରେ ବଡ଼ ଥିବା ସ୍ତ୍ରୀଙ୍କ ସ୍ବାମୀ ଯେତେବେଳେ ଚିନ୍ତିତ ଥାନ୍ତି ସେତେବେଳେ ସ୍ତ୍ରୀ ଭାବପ୍ରବଣ ହୋଇ ସହଯୋଗ କରିଥାନ୍ତି। କାରଣ ସେମାନଙ୍କ ପାଖରେ ଅନୁଭବ କରିବାର ଶକ୍ତି ଅଧିକ ଥାଏ। କମ ବୟସର ଝିଅଙ୍କ ପାଖରେ ଏସବୁ ବୁଝିବା କଷ୍ଟକର ହୋଇଥାଏ । ଏହାସହ ବୟସରେ ବଡ଼ ହୋଇଥିବା ଝିଅ ସାଧାରଣତଃ ନିଜ କର୍ତ୍ତବ୍ୟ ପ୍ରତି ଅଧିକ ଦାୟିତ୍ବବାନ୍ ହୋଇଥାନ୍ତି। କାରଣ ସେମାନେ ସମ୍ପର୍କର ମହତ୍ବ ବହୂତ ଭଲ ଭାବେ ବୁଝିପାରନ୍ତି। ଖାଲିସେତିକି ନୁହେଁ
ବୟସରେ ବଡ଼ ହୋଇଥିବା ସ୍ତ୍ରୀ ତା ସ୍ବାମୀ ଉପରେ କେବେ ବି ନିର୍ଭରଶୀଳ ହୋଇନଥାଏ। ସେମାନେ ନିଜ କାମ ନିଜେ କରିବାକୁ ପସନ୍ଦ କରିଥାନ୍ତି । ସବୁଠୁ ବଡ଼ କଥା ହେଉଛି ବୟସରେ ବଡ଼ ଥିବା ଝିଅ ନିଜ ସ୍ବାମୀ ଏବଂ ପରିବାରକୁ ବହୁତ ଭଲ ଭାବେ ସମ୍ଭାଳୀ ପାରନ୍ତି।