ଓଡ଼ିଶା 365 (ବ୍ୟୁରୋ): ରସୁଣ ଆମ ଶରୀର ପାଇଁ ବେଶ୍ ଉପକାରୀ । ଥଣ୍ଡାଠୁ ଆରମ୍ଭ କରି ଓଜନ ହ୍ରାସ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ବଦହଜମି, ପେଟ ଫୁଲିବା ଓ ଆମ୍ବିଳା ହେକ୍ଟି ପରି ସମସ୍ୟାକୁ ଦୂର କରିଥାଏ ରସୁଣ । ନିୟମିତ ଖାଲି ପେଟରେ ଭଜା ରସୁଣ ଖାଇବା ଦ୍ୱାରା ଶରୀରକୁ ଆଶ୍ଚର୍ୟ୍ୟଜନକ ଲାଭ ମିଳିଥାଏ। ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ବେଶ ସହାୟକ ହୋଇଥାଏ। ରସୁଣରେ କିଛି ବିଶେଷ ପୋଷକ ତତ୍ତ୍ୱ ରହିଛି। ଏହା ଶରୀରରେ ଥିବା ଚର୍ବିକୁ ଦ୍ରୁତ ଗତିରେ କମାଇଥାଏ। ଏହା ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ।
ଖାଲିପେଟରେ ରସୁଣ ଖାଇବା ଖୁବ ଉପକାରୀ। ରସୁଣ ପାଚନ ସହ ଜଡିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହାସହ ଉଚ୍ଚ ରକ୍ତଚାପ ରୋଗୀ ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଖାଲି ସେତିକି ନୁହେଁ ଚିନ୍ତାଗସ୍ତ ବ୍ୟକ୍ତି ମଧ୍ୟ ରସୁଣ ସେବନ କରିବା ଦ୍ୱାରା ସବୁ ଚିନ୍ତା ଦୂର ହୋଇଯାଇଥାଏ । ଖାଲିପେଟରେ କଞ୍ଚା ରସୁଣ ଖାଇବା ଦ୍ୱାରା ଦୁଃଶ୍ଚିନ୍ତା ଦୂର କରିବାରେ ସହାୟକ ହୋଇଥାଏ। ତେଣୁ ଚିନ୍ତା ଦୂର ପାଇଁ ରସୁଣ ସେବନ କରି ପାରିବେ।