ଓଡ଼ିଶା 365:(ବ୍ୟୁରୋ) ଲଗାତାର ବର୍ଷା ଜାରି ରହିବା ଫଳରେ ପୁଣି ଯମୂନା ନଦୀର ଜଳସ୍ତର ବଢିବାରେ ଲାଗିଛି । ମଙ୍ଗଳବାର ଦିନ୨୦୫.୩୩ ମିଟର ବିପଦ ସଙ୍କେତ ଅତିକ୍ରମ କରିଛି ଯମୂନା ନଦୀ । ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେତୁ ନଦୀର ଜଳ ସ୍ତର ବଢୁଛି । ପୁରୁଣା ରେଳ ବ୍ରିଜ ନିକଟରେ ଥିବା ଯମୁନାର ଜଳ ସ୍ତର ୩ ଟାରେ ୨୦୪.୫୦ ମିଟରର ଚେତାବନୀ ଚିହ୍ନ ଅତିକ୍ରମ କରିଛି । ମଙ୍ଗଳବାର ରାତି ୧୦ ଟାରେ ୨୦୫.୩୯ ମିଟରକୁ ବୃଦ୍ଧି ପାଇଛି । ତେବେ ନଦୀରେ ଜଳସ୍ତର ବୃଦ୍ଧି ହେଲେ ନଦୀ କୁଳିଆ ଲୋକଙ୍କ ପ୍ରତି ବିପଦ ରହିଛି । ସେହିପରି ତଳିଆ ଅଂଚଳରେ ପୁଣି ବନ୍ୟା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।