ଓଡ଼ିଶା 365 (ବ୍ୟୁରୋ): ବର୍ଷାଦିନ ଆସିଲେ ଯେତିକି ଖୁସି ଲାଗିଥାଏ ସେତିକି ଡର ମଧ୍ୟ ଲାଗିଥାଏ । କାରଣ ବର୍ଷାଋତୁ କେବଳ ବର୍ଷା ଆଣିନଥାଏ ଏହାସାଙ୍ଗରେ ଅନେକ ରୋଗକୁ ପୃଥିବୀ ପୃଷ୍ଠକୁ ଡାକି ଆଣିଥାଏ । ବର୍ଷାପାଣି ଜମିବା ଦ୍ୱାରା ମଶାମାନଙ୍କର ବଂଶ ବୃଦ୍ଧି ହୋଇଥାଏ । ଏହାଫଳରେ ମ୍ୟାଲେରିଆ , ଡେଙ୍ଗୁ, ଟାଇଫଏଡ୍ ଭଳି ଅନେକ ରୋଗ ସୃଷ୍ଟି ହୋଇଥାଏ । ହେଲେ ସବୁଠୁ ମାରାତ୍ମକ ହୋଇଥାଏ ଡେଙ୍ଗୁ । ଏଥିପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର ଉପାୟକୁ ଆପଣେଇଥାନ୍ତି । କ’ଣ ଆପଣ ଜାଣନ୍ତି କି ଡେଙ୍ଗୁ ପାଇଁ ରାମବାଣ ସାଜିଥାଏ ଅମୃତଭଣ୍ଡା ଗଛ ।
ଡେଙ୍ଗୁ ଜ୍ୱର ହେଲେ ଅମୃତ ଭଣ୍ଡା ପତ୍ରର ଜୁସ୍ ପିଇବାକୁ ଅଭିଜ୍ଞବ୍ୟକ୍ତି ମାନେ ପରାମର୍ଶ ଦେଇଥାନ୍ତି। କାରଣ ଅମୃତଭଣ୍ଡା ପତ୍ର ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତକଣିକା ବଢ଼ିଥାଏ । ଅମୃତ ଭଣ୍ଡା ପତ୍ରରେ ଥିବା ଆଣ୍ଟିବ୍ୟାକ୍ଟେରିଆ ଗୁଣ ଶରୀର ଚର୍ମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଡେଙ୍ଗୁ ରୋଗର ଉପଚାର ପାଇଁ ଅମୃତ ଭଣ୍ଡା ପତ୍ରର ଜୁସ୍ ଔଷଧ ଭଳି କାମ କରେ। ଏହାକୁ ପିଇବା ଦ୍ଵାରା ମୁଣ୍ଡ ବିନ୍ଧା ଓ ଜ୍ଵର ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । କେବଳ ଏତିକି ନୁହେଁ ଅମୃତଭଣ୍ଡାର ଜୁସ୍ ପିଇବା ଦ୍ୱାରା ପେଟ ଯନ୍ତ୍ରଣା , ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ବିଶେଷକରି ମହିଳା ମାନଙ୍କର ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ହେଲେ ମନେରଖନ୍ତୁ କେବଳ ଅମୃତ ଭଣ୍ଡା ପତ୍ର ଜୁସ୍ ପିଇଲେ ଡେଙ୍ଗୁ ଭଲ ହୋଇନଥାଏ । ଏହା କେବଳ ରୋଗ ଭଲ କରିବାରେ ସହାୟକ ହୋଇଥାଏ ।
ଅମୃତ ଭଣ୍ଡା ପତ୍ର ଜୁସର ପ୍ରସ୍ତୁତି ପ୍ରଣାଳୀ :
୧.ପ୍ରଥମେ ଅମୃତ ଭଣ୍ଡାର ପତ୍ରକୁ ଭଲ ଭାବରେ ଧୋଇଦିଅନ୍ତୁ । ଧୋଇବା ପରେ ଏହାକୁ ଶୁଖାଇ ଦିଅନ୍ତୁ । ତା ପରେ ପତ୍ରକୁ ଛୋଟ ଛୋଟ କାଟି ୨ ଲିଟର ପାଣିରେ କିଛି ସମୟ ଫୁଟାନ୍ତୁ । ଯେତେବେଳେ ପାଣି ଭଲଭାବରେ ଫୁଟିଯିବା ପରେ ସେହି ପାଣିକୁ ଛାଣିକି ଡେଙ୍ଗୁ ରୋଗୀଙ୍କୁ ପିଇବାକୁ ଦିଅନ୍ତୁ ।
୨. ଅମୃତ ଭଣ୍ଡା ଖାଇବା ସହ ଏହି ଜୁସ୍ରେ ସାମାନ୍ୟ ଲେମ୍ବୁରସ ମିଶାଇ ଦୁଇ ରୁ ତିନି ଥର ପିଅନ୍ତୁ । ଏବଂ ଡେଙ୍ଗୁ ରୋଗରୁ ମୁକ୍ତି ପାଆନ୍ତୁ ।
୩.ଅମୃତ ଭଣ୍ଡାର କିଛି ପତ୍ରକୁ ନେଇ ତାହାକୁ ହାତରେ ମକଚି ରସ ବାହାର କରନ୍ତୁ । ଏହି ରସର ୨ ବଡ ଚାମଚ ଦିନକୁ ୨ଥର ପିଅନ୍ତୁ । ଏହା ଆପଣଙ୍କୁ ଡେଙ୍ଗୁ ରୋଗଠାରୁ ଦୂରେଇ ରଖିବ ।