ଓଡ଼ିଶା 365 (ବ୍ୟୁରୋ): ଏଥର ରାଜଧାନୀରେ ମଶାଙ୍କୁ ନାହିଁ ନିସ୍ତାର। କାରଣ ଡେଙ୍ଗୁ ରୋକିବାକୁ ଯୋରସରରେ ଅଣ୍ଟା ଭିଡ଼ିଛି ବିଏମସି । ଆଉ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଦମନ ରଣନୀତି ଚାଲିଛି । ଏଥି ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ବିଏମସିର ଡେଙ୍ଗୁ ଅଡିଟ୍ ଡ୍ରାଇଭ୍ । ଏହା ପରେ ଘରୁ ମଶା ବାହାରିଲେ ତଣ୍ଡ ଗଣିବେ ଘର ମାଲିକ। ଘରକୁ ଘର ବୁଲି ଡେଙ୍ଗୁ ଫାଇନ୍ ଆଦାୟ କରିବ ବିଏମସି । ଏଥିପାଇଁ ୧୦ରୁ ଅଧିକ ଟିମ୍ ମୁତୟନ ହୋଇଛନ୍ତି । ଏହାସହ ସବୁ ଓ୍ବାର୍ଡରେ ମଶା ତେଲ ପକାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ରାଜଧାନୀବାସୀଙ୍କ ଫିଡ ବ୍ୟାକ୍ ନିଆଯାଉଛି । ଯଦି କେହି ନିୟମ ଉଲଂଘନ କରିବେ , ତେବେ ଫାଇନ ଦେବାକୁ ବାଧ୍ୟ ହେବେ । ସେପଟେ ବିଏମସିର ଏଭଳି ପଦକ୍ଷେପକୁ ନେଇ ବିଏମସି କମିଶନର କହିଛନ୍ତି ଅର୍ଥ ଆଦାୟ ଲକ୍ଷ୍ୟରେ ଏସବୁ କରାଯାଇନି ବରଂ ଲୋକଙ୍କୁ ସଚେତନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଡେଙ୍ଗୁ ଅଡିଟ୍ ବେଳେ ଯଦି କେହି ଧରାପଡିବେ , ତେବେ ପ୍ରତି ଘର ପାଇଁ ୧ ହଜାର ଏବଂ ଅନୁଷ୍ଠାନ ପାଇଁ ୫ ହଜାର ଟଙ୍କା ଫାଇନ ଆଦାୟ କରାଯିବ ।
ପୂର୍ବରୁ ଡେଙ୍ଗୁ ପାଇଁ ଅଜବ ନିର୍ଦ୍ଦେଶନାମା ଜାରି କରିଥିଲା ବିଏମସି । ଘରୁ ମଶା ବାହାରିଲେ ଘର ମାଲିକ ୧ ହଜାର ଟଙ୍କା ତଣ୍ଡ ଗଣିବେ । କିନ୍ତୁ ନୂଆ ନିୟମ ଅନୁସାରେ ଘର ସନ୍ଧି, ଖଟତଳେ ପଶି ମଶା ଖୋଜାଯିବ । ଆଉ ମଶା ପାଇଲେ ଘର ମାଲିକ ୧ ହଜାର ଟଙ୍କା ଯାଏ ଗଣିବେ ତଣ୍ଡ ।