ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକମାନେ ନିଜକୁ ସମୟ ଦେବାକୁ ଭୁଲିଯାଉଛନ୍ତି । ଏପରିକି ରୋଷେଇ କରିବାକୁ ମଧ୍ୟ କେତେକ ଲୋକ ପସନ୍ଦ କରନ୍ତି ନାହିଁ । ବାହାର ଖାଦ୍ୟ ଏବେ ସମସ୍ତଙ୍କର ପସନ୍ଦ ।
ହେଲେ ଏହି ବାହାର ଖାଦ୍ୟ ଆପଣଙ୍କ ଶରୀର ପାଇଁ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର । ବାହାର ଖାଦ୍ୟ ଆପଣଙ୍କ ପେଟର ହଜମ ଶକ୍ତିକୁ ନଷ୍ଟ କରିଦିଏ । କ’ଣ ଆପଣ ଜାଣନ୍ତି କି ପେଟରେ ଖାଦ୍ୟ କେତେ ସମୟ ରୁହେ ? ଏବଂ ଏହାର ପ୍ରଭାବ କିପରି ପେଟ ଉପରେ ପଡିଥାଏ ?
ଖାଦ୍ୟ ପେଟରେ ପହଞ୍ଚିବା ପରେ ଏହା ଖଣ୍ଡ ଖଣ୍ଡ ହୋଇଯାଏ। ପେଟରେ ଥିବା କେମିକାଲ୍ସ ଦ୍ୱାରା ଖାଦ୍ୟ ଭାଙ୍ଗିବାରେ ଲାଗିଥାଏ । ଏହି ଖାଦ୍ୟ ଫାରିକନ୍ସ ଦେଇ ଗତି କରିଥାଏ । ଖାଦ୍ୟ ମିଶ୍ରଣ ହୋଇ ଏସୋଫୋଗସ ରାସ୍ତା ଦେଇ ପେଟରେ ପହଞ୍ଚିଥାଏ । ଏହା ପରେ ପେଟରେ ହଜମ ହେବା କାମ ଆରମ୍ଭ ହୋଇଯାଏ । ଖାଦ୍ୟ ଆପଣଙ୍କ ପେଟରେ ଶେଷ ପର୍ୟ୍ୟନ୍ତ ପହଞ୍ଚିବା ପାଇଁ ୨ରୁ ୪ ଘଣ୍ଟା ସମୟ ଲାଗିଥାଏ । ଏଥିପାଇଁ ଅନେକ କାରଣ ଅଛି , ଯଥା ଆପଣ କଣ ଖାଉଛନ୍ତି ? କେତେ ପରିମାଣର ଖାଦ୍ୟ ଖାଉଛନ୍ତି ? ଆପଣଙ୍କ ହର୍ମୋନ ଲେଭଲ କେତେ ରହିଛି ଏବଂ ଆପଣ ମହିଳା କି ପୁରୁଷ ?
ଆପଣଙ୍କ ପେଟର ଉପରସ୍ତରରେ ଆପଣ ଖାଇଥିବା ଖାଦ୍ୟ ରହିଥାଏ, ଯେଉଁଥିପାଇଁ ଆପଣଙ୍କ ପେଟ ଅଳ୍ପ ବଡ଼ ଦେଖାଯାଇଥାଏ । ଖାଦ୍ୟକୁ ମିକ୍ସ କରିବା ପାଇଁ ଆପଣଙ୍କ ପେଟ ମିକ୍ସର ଭଳି କାମ କରିଥାଏ । ଏହା ସହିତ ପେଟରେ ଥିବା ଏନ୍ଜାଇମ ଏବଂ ଏସିଡ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହି ହଜମ ପ୍ରକ୍ରିୟା ପାଖାପାଖି ୨-୬ ଘଣ୍ଟା ସମୟ ନେଇଥାଏ । ଆପଣ ଖାଇଥିବା ଖାଦ୍ୟର ବର୍ଜ୍ୟବସ୍ତୁ ବୃହତ ଅନ୍ତନଳୀରେ ୩୬ ଘଣ୍ଟା ପର୍ୟ୍ୟନ୍ତ ରହିଥାଏ । ଏହି ପ୍ରୋସେସ ଶେଷ ହେବା ପାଇଁ ଖାଦ୍ୟକୁ ପାଖାପାଖି ୨-୫ ଦିନ ପର୍ୟ୍ୟନ୍ତ ସମୟ ଲାଗିଥାଏ । କିନ୍ତୁ ପୁରୁଷ ମାନଙ୍କ ତୁଳନାରେ ମହିଳାମାନଙ୍କ ପେଟରେ ଖାଦ୍ୟ ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ ।