ଓଡ଼ିଶା 365 (ବ୍ୟୁରୋ): କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ଠକେଇ ଘଟଣାରେ ଆଉ ଜଣେ କାର୍ପଟଦାରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଠକେଇ ଘଟଣା ସାମ୍ନକୁ ଆସିବା ପରେ ଏହାର ତଦନ୍ନ ପ୍ରକ୍ରିୟାକୁ ନିଜ ହାତକୁ ନେଇଛି କ୍ରାଇମବ୍ରାଞ୍ଚର ଅର୍ଥନୀତି ଅପରାଧ ଶାଖା । ତେବେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରତ୍ନାକର ପଲେଇ ।
ପୂର୍ବରୁ ରତ୍ନାକର ଚିଟଫଣ୍ଡ ସଂସ୍ଥା ପାଇଁ କାମ କରୁଥିଲେ । ସୋସିଆଲ ମିଡିଆରେ ସଂସ୍ଥାର ପ୍ରଚାର ପ୍ରସାର କରୁଥିଲ । ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲା ସେହି ଅଭିଯୁକ୍ତ । ପୂର୍ବରୁ ଗିରଫ ହୋଇଥିଲେ ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସ ।