ଓଡ଼ିଆ 365:(ବ୍ୟୁରୋ) ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରଯାନ -୩। ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି ଚନ୍ଦ୍ରଯାନ -୩ । ଚନ୍ଦ୍ରଯାନ -୩ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟର ଚନ୍ଦ୍ର କକ୍ଷପଥକୁ ପ୍ରବେଶକୁ ସଫଳତାର ସହ ସମାପ୍ତ କରିଛି। ଏନେଇ ଇସ୍ରୋ ଟୁଇଟ କରି ସୂଚନା କରି ଦେଇଛି । ସୂଚନା ଅନୁସାରେ, ଚନ୍ଦ୍ରଯାନର ଗତି ବଢାଇବା ପାଇଁ ବୁଧବାର ସଫଳ ଭାବେ ଫାୟାରିଂ କରାଯାଇଛି। ଏହି ଫାୟାରିଂ ଚନ୍ଦ୍ରୟାନକୁ ୧୫୩ କିଲୋମିଟର x ୧୬୩ କିଲୋମିଟରର ଉଦ୍ଦିଷ୍ଟ କକ୍ଷପଥରେ ରଖିଛି । ଏଥିସହ ଚନ୍ଦ୍ରାୟନ-୩ର କକ୍ଷ ପରିବର୍ତ୍ତନର ଅନ୍ତିମ ପ୍ରକ୍ରିୟାକୁ ସମାପ୍ତ କରିଛି।
ଜୁଲାଇ ୧୪,୨୦୨୩ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ହୋଇଥିବା ଚନ୍ଦ୍ରାୟନ-୩ କ୍ରମାଗତ ଭାବରେ ଚନ୍ଦ୍ରର ନିକଟତର ହେଉଛି। ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବ।