ଓଡ଼ିଶା 365 (ବ୍ୟୁରୋ) :ଜେଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ତୋଷଖାନା ମାମଲାରେ ୩ ବର୍ଷ ଜେଲଦଣ୍ଡ ପାଇଥିବା ପାକିସ୍ତାନ ତେହରିକ-ଇ-ଇନସାଫ ଦଳର ନେତା ଇମ୍ରାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଇମ୍ରାନ ଖାନଙ୍କୁ ଆତୋକ ଜିଲ୍ଲା ଜେଲରେ ରଖାଯାଇଛି । ତାଙ୍କ ସେଲଟି ବହୁତ ଛୋଟ ହୋଇଥିବା ଜଣାପଡିଛି । ତାଙ୍କୁ ଗାଧୋଇବା ଓ ଶୌଚ ହେବା ଲାଗି ମାତ୍ର ଗୋଟିଏ ବାଲଟି ପାଣି ଯୋଗାଯାଉଛି ବୋଲି ଜଣାପଡି଼ଛି । ତାଙ୍କ ଆଖପାଖରେ ଥିବା ସେଲରେ ବି ଅନ୍ୟ କାହାରିକୁ ରଖାଯାଇନାହିଁ । ତାଙ୍କୁ ଖବରକାଗଜ ବି ପଢିବାକୁ ଦିଆଯାଉନାହିଁ ବୋଲି ସୂଚନା ମିଳିଛି ।