ଓଡ଼ିଶା 365 (ବ୍ୟୁରୋ): ଧନ ସମ୍ପତି ଏସବୁ ଯାହା ପାଖରେ ଅଛି ସେ ଦୁନିଆର ସୁଖୀ ମଣିଷ । ଯାହା ପାଖରେ ନାହିଁ ସେ ଦୁନିଆର ସବୁଠୁ ଦୁଖୀ ମଣିଷ । ହେଲେ ଆଜିକାଲି ଧନ ସମ୍ପତିକୁ ନେଇ ଅନେକ ସମସ୍ୟା ଦେଖାଦେଉଛି । ସମ୍ପର୍କରେ ଫାଟ ସୃଷ୍ଟି ହୋଉଛି । ଯେତେ ରୋଜଗାର କଲେ ମଧ୍ୟ ଅଭାବ ଅସୁବିଧା ଲାଗି ରହୁଛି । ହେଲେ ଆଜି ଆମେ ଆପଣଙ୍କୁ ଧନର ଅଭାବ ଦୂର କରିବା ପାଇଁ କିଛି ଉପାୟ ବତେଇବୁ । କେଉଁ ଦିଗରେ କେଉଁ ଜିଣିଷ ରଖିବେ ଏବଂ ରଖିବା ଦ୍ୱାରା କଣ ଶୁଭଫଳ ପ୍ରାପ୍ତ ହେବ ଆସନ୍ତୁ ଜାଣିବା ।
ବାସ୍ତୁ ଅନୁଯାୟୀ ଜିନିଷକୁ ଦିଗ ଅନୁଯାୟୀ ରଖିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଧନ ସମ୍ପତ୍ତିି ମଧ୍ୟ ବୃଦ୍ଧି ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ସୁନା ଆଭୂଷଣକୁ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ନାହିଁ। ଘରର ଆଲମିରାକୁ ରଖୁଥିବା କକ୍ଷର କାନ୍ଥ ସର୍ବଦା ହଳଦିଆ ରଙ୍ଗ ଦିଅନ୍ତୁ। ଏହାସହ ସୁନା ଅଳଙ୍କାର ରଖୁଥିବା ଆଲମିରାକୁ ଉତ୍ତର ଦିଗକୁ ମୁହଁକରି ରଖନ୍ତୁ । ଏହାସହ ଘରେ ଧନ ପ୍ରାପ୍ତି, ଶୁଭକାର୍ୟ୍ୟ ପାଇଁ ଆଲମିରା ସାମ୍ନାରେ ଏକ ଆଇନା ରଖନ୍ତୁ । ଏପରି କରିବା ଦ୍ୱାରା ଭଗବାନଙ୍କ କୃପା ମିଳିବା ସହ ଘରେ ଧନ ସମ୍ପତ୍ତି ର ଅଭାବ ରହିବ ନାହିଁ । ହେଲେ କଦାପି ଆଲମିରାର କବାଟ ଗାଧୁଆଘର ଆଡକୁ ଖୋଲିବେ ନାହିଁ । ଆପଣ ଜାଣନ୍ତି କି, ସୁନା ଅଳଙ୍କାର କିଣିବା ପାଇଁ ନିର୍ଦ୍ଧିଷ୍ଟ ବାର ଥାଏ । ରବିବାର, ସୋମବାର, ମଙ୍ଗଳବାର ଓ ଗୁରୁବାର ଦିନ ସୁନା କିଣିଲେ ଶୁଭଫଳ ମିଳିଥାଏ । ଏହାସହ ଦୀପାବଳି,ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରର ଆତିାକ ସମସ୍ୟା ଦୂର ହେବା ସହ ଧନର ବର୍ଷା ହୋଇଥାଏ ।