ଓଡ଼ିଶା 365 (ବ୍ୟୁରୋ): ପରକିୟା ପ୍ରୀତିରୁ ଭାଙ୍ଗିଗଲା ସଂସାର। ଶେଷରେ ପ୍ରତିଶୋଧ ପରାୟଣ ହୋଇ ସ୍ତ୍ରୀର ପ୍ରେମିକକୁ ଗୁଳିକରିଛି ସ୍ବାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା କ୍ଷେତିନାଳି ଗାଁରେ । ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି କ୍ଷେତିନାଳି ଗାଁର ପଙ୍କଜ ଦେହୁରୀ । ତାଙ୍କ ବାମ ହାତରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପଙ୍କଜଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତା କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଝାଙ୍କରପଡା ଗାଁର ସ୍ବାଧୀନ ପ୍ରଧାନଙ୍କ ସ୍ତ୍ରୀ ସହ କ୍ଷେତିନାଳି ଗାଁର ପଙ୍କଜ ଦେହୁରୀଙ୍କ ଭିତରେ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାକୁ ନେଇ ଉଭୟଙ୍କ ଭିତରେ ବିଭିନ୍ନ ସମୟରେ ଝଗଡ଼ା ହୁଏ । କିଛି ସମାଧାନ ନହେବାରୁ ସ୍ବାଧୀନ ଓ ପତ୍ନୀଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା । ଏହାପରେ ତାଙ୍କ ପତ୍ନୀ ପଙ୍କଜଂକ ପାଖରେ ବର୍ଷେ ହେବ ରହି ଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ସ୍ବାଧୀନ ପୂର୍ବ ରାଗ ସୁଝାଇବାକୁ ଯାଇ ପଙ୍କଜକ ଉପରେ ଗୁଳିମାଡ କରି ଫେରାର୍ ହୋଇଯାଇଛି। ତେବେ ଚାରମାଳ ଥାନା ପୋଲିସ ଉକ୍ତ ଘଟଣାର ତନାଘନା ଚଳାଇଛି ।